ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ନୂତନ ଲିଗାଲ ଏଡ ଡିଫେନ୍ସ କାଉନସିଲ କାର୍ଯ୍ୟାଳୟର ଉଦ୍ଘାଟନ
ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଅନୁଗୋଳ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ ପରିସରରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧୁକରଣ ପାଟ୍ରନ – ଇନ – ଚିଫ ଡ. ଜଷ୍ଟିସ ଏସ ମୂରଲୀଧର ଙ୍କ ଦ୍ଵାରା ଭିଡିଓ କନଫରେନ୍ସି ଜରିଆରେ ନୂତନ କରି ଏକ ଲିଗାଲ ଏଡି ଡିଫେନ୍ସ କାଉନସିଲ ଅଫିସ ର ଉଦଘାଟନ କରାଯାଇଅଛି । ଏହି ଉଦଘାଟନୀ ଦିବସରେ ଅନଲାଇନ ମାଧ୍ୟମରେ ଓଡିଶା ଉଚ୍ଛନ୍ୟାୟାଳୟ ର ଅନ୍ୟ ବିଚାରପତି ଗଣ, ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକର ସଦସ୍ୟ ସଚିବ ଶ୍ରୀଯୁକ୍ତ ସୁଦୀପ୍ତ ଆଚାର୍ଯ୍ୟ ଉପ ସଚିବ ଶ୍ରୀଯୁକ୍ତ ସୃତିରଞ୍ଜନ ମହାପାତ୍ର, ସହାୟକ ସଚିବ ସୃଜନ ସାରସତ୍ଵ ଉପସ୍ଥିତ ଥିଲେ। ଅନୁଗୋଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସ ଠାରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣବ କୁମାର ପାତ୍ର ଓ ଅନ୍ୟ ବିଚାରପତି ଗଣ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ଏସ ଶୁଭଲକ୍ଷ୍ମୀ, ଅନୁଗୋଳ ଓକିଲ ସଂଘର ସଦସ୍ୟ ଗଣ, ନୂତନ କରି ବଛା ହୋଇଥିବା ଚିଫ୍ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ, ଡେପୁଟି ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ଓ ଆସିଷ୍ଟାଣ୍ଟ ଚିଫ ଲିଗାଲ ଏଡ୍ ଡିଫେନ୍ସ କାଉନସିଲ ସଦସ୍ୟ ଗଣ ଅନ ଲାଇନ ମାଧ୍ୟମରେ ଯୋଗଦେଇ ଉଦଘାଟନୀ ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।