ଦେବେନ୍ଦ୍ର କୁମାର ବିଶ୍ଵାଳଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ
ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ପୋଖରିବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ଦେବେନ୍ଦ୍ର କୁମାର ବିଶ୍ଵାଳଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଲାଞ୍ଜିଗଡ ବ୍ଲକର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ,କେତେକ BR CC,ABEO , ବ୍ଲକର କର୍ମକର୍ତ୍ତା,ଜିଲ୍ଲାର କର୍ମକର୍ତ୍ତା ତଥା ଶ୍ରୀ ଧୀରେନ୍ଦ୍ର କୁମାର ପଟନାୟକ (ସାଧାରଣ ସମ୍ପାଦକ କଳାହାଣ୍ଡି ଜିଲ୍ଲା), ସୁଢ଼ଳ କୁମାର ମୁଣ୍ଡ୍ (ABEO) ଲାଞ୍ଜିଗଡ ବ୍ଲକ, ଦ୍ରୋଣ ରଣା (ABEO) ଲାଞ୍ଜିଗଡ ବ୍ଲକ, ଶ୍ରୀମତୀ ଅର୍ଚ୍ଚନା ମିଶ୍ର (ଜିଲ୍ଲା ଉପ ସଭାନେତ୍ରୀ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ), ଦୁଃଶାସନ ଦାସ (ବ୍ଲକ ଉପ ସଭାପତି ଲାଞ୍ଜିଗଡ), ଶିବପ୍ରସାଦ ଦାସ (କୋଷାଧ୍ୟକ୍ଷ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ), ପଦ୍ମ ଲୋଚନ ସୁନା (ABEO), ତପନ କୁମାର ଭୋଇ (ବ୍ଲକ ସଂଯୋଜକ ଲାଞ୍ଜିଗଡ ବ୍ଲକ), ପ୍ରଦୀପ ପୃଷ୍ଟି, ବିଜୟ ରାୟ, ଶ୍ରୀମତୀ କଳ୍ପନା ସ୍ବାଇଁ, ଶ୍ରୀମତୀ ଆରତିବାଲା ବିଶ୍ଵାଳ, ସରତ ସାହାଣୀ, ପ୍ରଦୁମ୍ନ ହୋତା, ଶ୍ରୀନିବାସ ଆଚାରି, ବେଣୁଧର ବିଶ୍ଵାଳ ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଶ୍ରୀ ତପନ କୁମାର ଭୋଇ ସଭା ପରିଚାଳନା କରିଥିବା ବେଳେ ପ୍ରଦୀପ କୁମାର ପୃଷ୍ଟି ଧନ୍ୟବାଦ୍ ଦେଇଥିଲେ। ଶ୍ରୀ ବିଶ୍ଵାଳଙ୍କ ଗୁଣ ଗାରିମା ବିଷୟରେ ବହୁ ଗୁଣି ବ୍ୟକ୍ତିବିଶେଷ କହିଥିଲେ ଏବଂ ତାଙ୍କର ଲାଞ୍ଜିଗଡ ବ୍ଲକ ପ୍ରତି ଅବଦାନ ଜଣାଇ ଥିଲେ। ସେ ଏବେ ମଧ୍ୟ lanjigada ବ୍ଲକର ସଭାପତି ଥିଲେ। ଶ୍ରୀ ବିଶ୍ଵାଳ କହିଥିଲେ ଯେ ମୁଁ ଅବସର ନେଲେ ମଧ୍ୟ ଲାଞ୍ଜିଗଡ ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲା ସହିତ ରହିବି।
ସ୍କୁଲର ଦୁଇ ଝିଅ ସ୍ବାଗତ ସଙ୍ଗୀତ ଗାଇଥିବାବେଳେ ଶ୍ରୀମତୀ ଅର୍ଚ୍ଚନା ମିଶ୍ର ବିଦାଇ କାଳୀନ ସଙ୍ଗୀତ ପରିବେଷଣ କରୁଥିଲେ।
କଳାହାଣ୍ଡି ରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।