କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ବାରସୁ


କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଜିଲ୍ଲାପାଳଙ୍କ ଦ୍ବାରସୁ

ଢେଙ୍କାନାଳ, ୨୭/୪: ଢେଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ୧୨ ଦିନ ଅନସନ ପରେ ଜିଲ୍ଲାପାଳ ସ୍କୁଲ୍ ଅଧ୍ୟକ୍ଷଙ୍କୁ ୪ ଦିନରେ ସମାଧାନ କରିବେ ବୋଲି କହିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସମସ୍ତ ଆନ୍ଦୋଳନରୁ ଆଶାତୀତ ଭାବେ ହଟିଥିଲେ । ଏହା ୨୦ ଦିନ ବିତିଗଲା ପରେ ମଧ୍ୟ କୌଣସି ସମାଧାନ ବାଟ ମିଳୁନି । ଅଭିଭାବକମାନଙ୍କୁ ଅଟହାସ୍ୟ ଓ ରାଜନେତା ଠାରୁ ଡିସି ପ୍ରିନ୍ସିପାଲ୍‌ମାନେ ଭୂଆଁ ବୁଲାଉଛନ୍ତି । ପ୍ଲାନ୍ କରି ପ୍ରିନ୍ସିପାଲ୍ ଅଭିଭାବକମାନଙ୍କୁ କିଛି ପ୍ରଶ୍ନପତ୍ର ଦେଇ ପରୀକ୍ଷା କରାଇ ଗାଇଡ୍‌ଲାଇନ୍‌ର ଧମକ ଦେଇ ଭୂଆଁ ବାଲୁଉଛନ୍ତି । ୧ମାସ ବିତିଗଲେ ମଧ୍ୟ ଏହାର କୌଣସି ପ୍ରକାର ସମାଧାନ ବାଟ ବାହାରିଲା ନାହିଁ । ଚକ୍ରାନ୍ତର ଶିକାର ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲିଖତ ଅଭିଯୋଗ କରିଥିଲେ, କିନ୍ତୁ ମନ୍ତ୍ରୀଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିନାହିଁ । ବର୍ତମାନ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧକାରମୟ ଅଟେ । ତେଣୁ ସମସ୍ତ ପିଲାଙ୍କର ପାଠପଢା ଆରମ୍ଭ ହୋଇଗଲାଣି । ନା ପୁନଃ ପରୀକ୍ଷା ନା ଫେଲ୍ କି ସମସ୍ତେ ପାସ୍ ଉତର ମିଳୁନି, ଏପରିକି ପିଲାମାନେ ଅପେକ୍ଷାରେ ବସିଛନ୍ତି । ଏହାର କୌଣସି ସମାଧାନ ନହେଲେ ସମସ୍ତ ଅଭିଭାବକମାନେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଜଣାଇଛନ୍ତି । ଏହି ବାବଦରେ ପ୍ରଦ୍ୟୁମ୍ନ କୁମାର ନାୟକ, ସତ୍ୟବାନ ପରିଡା, ଅଭୟ ବେହେରା, ସୁଷମା ସାମଲ, ବିଷ୍ଣୁପ୍ରିୟା ରାଉତ, ବେବିନା ସିଠ, ସୁଜାତା ମଞ୍ଜରୀ ସିଠଙ୍କ ସହିତ ବହୁ ଅଭିଭାବକମାନେ ଏକ ଲିଖିତ ଦରଖାସ୍ତ ନୂଆଦିଲ୍ଲୀ କେ.ଭି ସଂଗଠନ କମିଶନରଙ୍କୁ ପ୍ରଦାନ କରିଛନ୍ତି ।

Recent Post

Live Cricket Update

You May Like This