ଶ୍ରୀକୃଷ୍ଣ ଗୁରୁକୁଳ ଇଂରାଜୀ ମିଡିୟମ ସ୍କୁଲ ର ପଞ୍ଚମ ବାର୍ଷିକ ଉଛବ ଅନୁଷ୍ଠିତ

(ଶ୍ରୀକୃଷ୍ଣ ଗୁରୁକୁଳ ଇଂରାଜୀ ମିଡିୟମ ସ୍କୁଲ ର ପଞ୍ଚମ ବାର୍ଷିକ ଉଛବ ଅନୁଷ୍ଠିତ )


ଜଗତସିଂହପୁର
ତା =27/4/23
ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ଜଏଗାଁ ସ୍ଥିତ ଶ୍ରୀକୃଷ୍ଣ ଗୁଲୁକୁଳ ଇଂରାଜୀ ମିଡିୟମ ସ୍କୁଲ ର ପଞ୍ଚମ ବାର୍ଷିକ ଉଛବ ଅନୁଷ୍ଠିତ ହୋଇଯାଇଛି |ସମାଜସେବୀ ମନ୍ମଥ କୁମାର ପରିଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସାଧୁସନ୍ଥ ସ୍ୱାମୀଜୀ ଚିଦାନନ୍ଦ ସରସ୍ବତୀ ଯୋଗଦେଇ ପ୍ରଦୀପ ପ୍ରଯ୍ୟଳନ କରି ବାର୍ଷିକ ଉଛବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ପଣ୍ଡିତ ଅଜୟ କୁମାର ମିଶ୍ର ବେଦମନ୍ତ୍ର ଗାନ କରିବା ପରେ ଅନୁଷ୍ଠାନର ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା | ଶିକ୍ଷୟତ୍ରୀ ସେହାଂସିସ ଅତିଥି ପରିଚୟ ପ୍ରଦାନ କରିଥିଲେ | ଶ୍ରୀ କୃଷ୍ଣ ଗୁରୁକୁଳ ର ଅଧକ୍ଷ୍ୟ ପ୍ରଶାନ୍ତ କୁମାର ବାର୍ଷିକ ବିବରଣୀ ପାଠ କରିଥିଲେ | ମୁଖ୍ୟ ବକ୍ତା ଭାବେ ସୁପ୍ରିମ କୋର୍ଟ ର କାର୍ଯ୍ୟରତ ବରିଷ୍ଟ ଆଇନୀଜୀବି ସୁଶାନ୍ତ କୁମାର କାନୁନଗୋ | ସଂମ୍ମାନିତ ଅତିଥିଭାବେ ବାଲିକୁଦା ଶିକ୍ଷା ଅଧିକାରୀ ବାଇଧର ତ୍ରିପାଠୀ |ସମାଜସେବୀ ଧର୍ମାନନ୍ଦ ଦାସ | ଶ୍ରୀକୃଷ୍ଣ ଗୁରୁକୁଳ ଇଂରାଜୀ ମିଡିୟମ ସ୍କୁଲ ର ସମ୍ପାଦକ କୃଷ୍ଣଚନ୍ଦ୍ର ଶତପଥୀ |ସହ ସମ୍ପାଦକ ରିତା ପରିଡା |ଭାଇସ ପ୍ରିନ୍ସିପାଲ ବିଜୟ କୁମାର ପରିଡା ପ୍ରମୁଖ ଯୋଗଦେଇ ଶ୍ରୀକୃଷ୍ଣ ଗୁରୁକୁଳ ସ୍କୁଲ ଅଧୟନରତ ଛାତ୍ର ଛାତ୍ରୀ ମାନେ ଉନ୍ନତ ମାନର ଶିକ୍ଷା ସାଙ୍ଗକୁଉଚିତ ସଂସ୍କାର ଲାଭ କରି ଭବିଷ୍ୟତ ରେ ଜଣେ ଜଣେ ଭଲ ମଣିଷ ହୋଇପାରିବେ ବୋଲି ମତ ଦେଇଥିଲେ |ଶେଷରେ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ସ୍ଥାନୀୟ ଜନ ସାଧାରଣ ବହୁ ସଂଖ୍ୟା ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update