ବଡବିଲ ଓକିଲସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଦାସଙ୍କ ଜନ୍ମ ଜୟନ୍ତୀ ପାଳନ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳରେ ତଥା ବଡ଼ବିଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟଳୟ ପରିସରରେ ଥିବା ବାର୍ ହଲ୍ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୨୫ତମ ପୁଣ୍ୟ ଜନ୍ମ ଜୟନ୍ତୀକୁ ପାଳନ ହୋଇଯାଇଛି, ମଧୁବାବୁ ପ୍ରଥମ ଓଡିଆ ବାରିଷ୍ଟର ହେଇଥିବାରୁ , ତାଙ୍କର ପୁଣ୍ୟ ଜନ୍ମ ଜୟନ୍ତୀକୁ ଆଇନଜୀବୀ ଦିବସ ବା ଲୟର୍ଷଡେ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ବଡ଼ବିଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦ୍ୱିତୀୟ ଶ୍ରୀ ସିଦ୍ଧାର୍ଥ ସଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ଫୋଟ ଚିତ୍ରରେ ମାଲ୍ୟର୍ପଣ କରିବା ସହ ଉପସ୍ଥିତ ଥିବା ଆଇନଜୀବୀ ମାନେ ମଧୁବାବୁଙ୍କୁ ମାଲ୍ୟାର୍ପଣ କରିଥିଲେ ଏବଂ ବଡ଼ବିଲ ଓକିଲ ସଙ୍ଘର ସଦସ୍ୟ ମାନେ ଯାଇ ବଡ଼ବିଲ ବଜାର ନିକଟସ୍ତ ମଧୁସୂଦନ ଛକରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ, ଏହି ପରିପ୍ରେକ୍ଷିରେ ବଡ଼ବିଲ ଓକିଲ ସଙ୍ଘର ବରିଷ୍ଟ ଆଇନଜୀବୀ ସୂର୍ୟ କାନ୍ତ ତ୍ରିପାଠୀ ମଧୁବାବୁଙ୍କ ସମ୍ମାନରେ କିଛି ଶବ୍ଦ କହିବା ସହ ମଧୁବାବୁଙ୍କ ଜୀବନୀ ଓ କର୍ମକଥା ଉପରେ ଆଲୋକପାତ କରିବା ସହ ସମସ୍ତ ଆଇନଜୀବୀ ମଧୁବାବୁଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଚାଲିବାକୁ କହିଥିଲେ, ପରିଶେଷରେ କାର୍ଯ୍ୟରେ କର୍ତ୍ତବ୍ୟ ନିଷ୍ଟା ପାଇଁ ଦୁଇଜଣ ବରିଷ୍ଟ ଆଇନଜୀବୀ ଯଥା ଶ୍ରୀ ଚିନ୍ମୟ ବାରିକ୍ ଓ ଶ୍ରୀ ନୟନାନନ୍ଦ ତ୍ରିପାଠୀ ଙ୍କୁ ମୁଖ୍ୟ ଅତିଥି ମାଜିଷ୍ଟ୍ରେଟ ଶ୍ରୀ ସିଦ୍ଧାର୍ଥ ଶଙ୍କର ମିଶ୍ର ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଏହି ପରିପ୍ରେକ୍ଷିରେ ବଡ଼ବିଲ ଓକିଲ ସଙ୍ଘର ସମସ୍ତ ବରିଷ୍ଟ ଓ କନିଷ୍ଠ ଆଇନଜୀବୀ ଉପସ୍ଥିତ ହୋଇ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରିଥିଲେ ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।