କଙ୍କଡାହାଡ଼ ବ୍ଲକ ଆତ୍ମା ଅଧ୍ୟକ୍ଷ ନିର୍ବାଚନ ।ତୃପ୍ତିମୟୀ ଓ ରମେଶଙ୍କୁ ୧୨ଖଣ୍ଡ ଲେଖାଁଏ ଭୋଟ.
……..!28/04/2023 କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ କୃଷି କାର୍ଯ୍ୟାଳୟ ପରିସରରେ ଆଜି ଆତ୍ମା କମିଟିର ୨୫ ଜଣ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ପ୍ରଥମ ସଭା ଅନୁଷ୍ଠିତ ହେଇଥିଲା । ପ୍ରଥମ ବୈଠକରେ ଉପସ୍ଥିତ ଥିବା ୨୫ ଜଣ ସଦସ୍ୟ/ସଦସ୍ୟାଙ୍କ ମଧ୍ୟରୁ ୨୪ ଜଣ ଉପସ୍ଥିତ ଥାଇ ପ୍ରଥମ ସଭାରେ ଭାଗ ନେଇଥିଲେ ।ଏହାପରେ କମିଟି ସଦସ୍ୟ/ସଦସ୍ୟାଙ୍କ ମଧ୍ୟରୁ ଜଣେ ଆତ୍ମା ଅଧ୍ୟକ୍ଷ ପାଇଁ ବିଭାଗ ତରଫରୁ ପ୍ରସ୍ତାବ ଦିଆଯାଇଥିଲା ।ଏହାପରେ ୨୪ ଜଣ ସଦସ୍ୟ/ସଦସ୍ୟାଙ୍କ ମଧ୍ୟରୁ ୨ ଜଣ ଅଧ୍ୟକ୍ଷ ପଦ ପାଇଁ ଆଗ୍ରହୀ ପ୍ରକାଶ କରିଥିଲେ ।୨ ଜଣ ସଦସ୍ୟ/ସଦସ୍ୟା ତୃପ୍ତିମୟୀ ସାହୁ ଏବଂ ରମେଶ ଚନ୍ଦ୍ର ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।ନିର୍ବାଚନ ଅଧିକାରୀ ଦାୟତ୍ୱ ଭାର ତୁଲାଇଥିଲେ କଙ୍କଡାହାଡ଼ ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟବିକ୍ରମ ତରାଇ ।ନିର୍ବାଚନରେ ଉଭୟ ତୃପ୍ତିମୟୀ ଓ ରମେଶ ଚନ୍ଦ୍ର ୧୨ ଟି ଲେଖାଏଁ ଭୋଟ ପାଇ ଥିବାରୁ ଅଧ୍ୟକ୍ଷ ନିର୍ବାଚନ ଟାଏ ହେଇଥିଲା ।ରମେଶ ଚନ୍ଦ୍ର ମିଶ୍ର ହେଉଛନ୍ତି କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୂଲତା ମିଶ୍ରଙ୍କ ସ୍ୱାମୀ ହେଇଥିବା ବେଳେ ତୃପ୍ତିମୟୀ ସାହୁ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ରାଜେଶ କୁମାର ଦେହୁରୀଙ୍କ ଭାଇ ବୋହୁ ଅଟନ୍ତି ।ନିର୍ବାଚନ ଟାଏ ହେଇଥିବାରୁ ନିର୍ବାଚନ ଗାଇଡ଼ ଲାଇନ ଅନୁସାରେ ପୁଣିଥରେ ବିଜ୍ଞପ୍ତି ପ୍ରକାଶ ପାଇଁ ଅନ୍ୟ ଏକ ତାରିଖ ନିର୍ଦ୍ଧାରିତ କରି ନିର୍ବାଚନ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଥିଲେ ।ନିର୍ବାଚନ ପରିଚାଳନା କରିଥିଲେ କଙ୍କଡାହାଡ଼ ବ୍ଲକ ସହକାରୀ କୃଷି ଅଧିକାରିଣୀ ବି.ଅର୍ପିତା ।