ବେଆଇନ ଗଛ କଟା କୁ ନେଇ ଗ୍ରାମବାସି ଙ୍କ ବିରୋଧ

ବେଆଇନ ଗଛ କଟା କୁ ନେଇ ଗ୍ରାମବାସି ଙ୍କ ବିରୋଧ

ଅନୁଗୋଳ: ବଅଁରପାଳ: ସ୍ବାର୍ଥ ହାସଲ ପାଇଁ ଚାଲିଛି ବେଆଇନ ଗଛ କଟା । ସରକାର ପରିବେଶ କୁ ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରୁଥିବା ବେଳେ , କିଛି ଲୋକ ନିଜର ସ୍ବାର୍ଥ ହାସଲ ପାଇଁ ବେଆଇନ ଭାବରେ ଗଛ କାଟିବାରେ ଲାଗିଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ପଞ୍ଚାୟତ ତେଣ୍ଟୋଲୋଇ ଗ୍ରାମରେ । ଯାହାକୁ ନେଇ ଗ୍ରାମ ବାସି ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିବା ବେଳେ ଏହାକୁ ବିରୋଧ କରିଛନ୍ତି । ସୂଚନା ଯେ ତେଣ୍ଟୋଲୋଇ ଗ୍ରାମରେ ପ୍ରଭାକର ନାହାକ ନାମକ ଜଣେ ବ୍ୟକ୍ତି ଏକ ପେଟ୍ରୋଲ ପମ୍ପ ନୂତନ ଭାବେ ଖୋଲୁଛନ୍ତି, ଯାହାର କାର୍ଯ୍ୟ ବର୍ତ୍ତମାନ ଚାଲିଛି । ତେବେ ଗ୍ରାମ ବାସୀଙ୍କ ଅଭିଯୋଗ ମୁତାବକ , ପ୍ରଭାକର ନାହାକ ଲୋକ ଲଗାଇ ତାଙ୍କ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ବିରାଟ କାୟା ଗଛ ଗୁଡ଼ିକୁ ବେଆଇନ ଭାବେ କାଟିଦେଇଛନ୍ତି । ଯାହାକୁ ଗ୍ରାମବାସୀ ଙ୍କ ଦ୍ଵାରା ବିରୋଧ କରାଯାଇଥିଲା । ଯାହାଫଳରେ ଉକ୍ତ ପେଟ୍ରୋଲ ପମ୍ପ ମାଲିକ ପ୍ରଭାକର ନାହାକ ଗଛ କଟାକୁ ଅଧାରେ ବନ୍ଦ କରିଦେଇଥିଲେ । ସୂଚନା ଥାଉ କି ଉକ୍ତ ଜାଗାଟି ଏକ ପ୍ରାକୃତିକ ସୌ୍ଦର୍ଯ୍ୟ ଭରା ସ୍ଥାନ ହୋଇଥିବାରୁ ଦୂରଦୂରାନ୍ତରୁ ଉକ୍ତ ସ୍ଥାନକୁ ପର୍ଯ୍ୟଟକ ଆସିଥାନ୍ତି ଫଟୋଉଥାଇବାକୁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ । ଆହୁରି ମଧ୍ୟ ଉକ୍ତ ସ୍ଥାନଟି ଜିଲ୍ଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ହିସାବରେ ଆଗରୁ ବହୁବାର ଖବର କାଗଜରେ ମଧ୍ୟ ପ୍ରକାଶ ପାଇସାରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ଜଙ୍ଗଲ ବଢ଼ାଇବା ପାଇଁ , ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଉଥିବା ବେଳେ , ଏଥି ପ୍ରତି ଲୋକ ମାନଙ୍କୁ ସଚେତନ କରାଯାଉଛି । ତା ପରେ ମଧ୍ୟ କିଛି ଲୋକ ନିଜ ସ୍ବାର୍ଥ ହାସଲ ପାଇଁ ବେଆଇନ ଭାବେ ଗଛ କଟିବାରେ ଲାଗିଛନ୍ତି । ଏଥି ପ୍ରତି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।

Recent Post

Live Cricket Update

You May Like This