ଅଷ୍ଟପ୍ରହରୀ ନଆମଯଜ୍ଞ ରେ ଦହି ପାଣି ବଣ୍ଟନ କଲା ଭରଷା ପରିବାର
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗର ପଡ଼ା ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଅଷ୍ଟପ୍ରହରୀ ନଆମଯଜ୍ଞ ରେ ଭରସା ପରିବାର ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ଦହି ପାଣି ବଣ୍ଟନ ବ୍ୟବସ୍ଥା କରାଯାଇଥିଲା ଲୋକଙ୍କ ମନରେ ଧାର୍ମିକ ଭାବନା ଜାଗ୍ରତ କରି ଲୋକଙ୍କ ମନରେ ଭାଇଚାରା ଭାବନା ବଢାଇବାର ମହାନ ପ୍ରୟାସ କରୁଥିବା ଚବିଶ ପ୍ରହରୀ ନଆମଯଜ୍ଞ କମିଟି ଟାଙ୍ଗରପଡା ସଦସ୍ୟ ତଥା ଭରସା ପରିବାର କେନ୍ଦୁଝର ଜିଲ୍ଲା ଉପଦେଷ୍ଟା ହୃଦାନନ୍ଦ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଣ୍ଟନ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିଲା ବଣ୍ଟନ କାର୍ଯ୍ୟକୁ ସଫଳ କରିବା ପାଇଁ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ ଉପଦେଷ୍ଟା ସୁଧଳ କୁମାର ସେଠୀ ଜିଲ୍ଲା ମହିଳା ସଭାନେତ୍ରୀ ସୋନାଲି ମାରାଣ୍ଡି ସଦସ୍ୟ ଅନୁସୁୟା ବେହେରା ସୌମ୍ୟରଞ୍ଜନ ବେହେରା ପାଟଣା ବ୍ଲକ ସାଧାରଣ ସମ୍ପାଦକ ବାପୁନ୍ କୁମାର ମହାନ୍ତ ବ୍ଲକର ସକ୍ରିୟ ସଦସ୍ୟ ମହେଶ୍ୱର ମହାନ୍ତ ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ ଟାଙ୍ଗରପଡା ନଆମଯଜ୍ଞ କମିଟି ତଥା ଗ୍ରାମବାସୀ ଭରସା ପରିବାରର ନିଃସ୍ଵାର୍ଥସେବା କାର୍ଯ୍ୟ ବିଷୟରେ ଜାଣି ପ୍ରଶଂସା କରୁଥିଲେ ଉପସ୍ଥିତ ଟାଙ୍ଗରପଡା ଅଞ୍ଚଳର ଯୁବକମାନେ ଭରସା ପରିବାର ସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେବା କାର୍ଯ୍ୟକୁ ନିଜ ଅଞ୍ଚଳରେ ବ୍ୟାପକ କରିବା ପାଇଁ ପାଇଁ ଭରସା ପରିବାର ସହିତ ଜଡିତ ହେବାର ପ୍ରତିଶ୍ରୁତି ଦେଇଥିଲେ
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍