ଟ୍ରକ୍ ଓ ସ୍କୁଟି ମଧ୍ୟରେ ଧକ୍କା ଜଣେ ଗୁରୁତର।
କେନ୍ଦୁଝର ଜିଲ୍ଲା ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଖଣିଜ ପଦାର୍ଥ ପରିବହନ ପାଇଁ ଅହରହ ଗାଡିଘୋଡା ଚଳାଚଳ କରିଥାଏ, କିନ୍ତୁ ଅଧିକାଂଶ ସମୟରେ ଦେଖାଯାଏ କି ବେପରୁଆ ଓ ଦ୍ରୁତ ଗାଡ଼ି ଚାଳନା ଯୋଗୁ ଅନେକ ସମୟରେ ଦୁର୍ଘଟଣା ଘଟି ଜନ ଜୀବନ ନଷ୍ଟ ହେଉଥିବାର ଅନେକ ନଜିର ରହିଛି, ସେହିଭଳି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି, କେନ୍ଦୁଝର ଜିଲ୍ଲାର ଯୋଡା ଥାନା ଅନ୍ତର୍ଗତ ରେ। ଯୋଡା ପୌରପାଳିକା ତଥା ଯୋଡା ଥାନା ଅନ୍ତର୍ଗତ ଯୋଡାରୁ ବମେଵାରୀ କୁ ଯାଇଥିବା ରାଜ୍ୟ ରାଜପଥ କମାର ଯୋଡ଼ା ନିକଟ ରେ ଟ୍ରକ ଗୋଟିଏ ସ୍କୁଟି କୁ ଧକ୍କା ଦେବା ଫଳରେ ସ୍କୁଟି ଅରୋହି ଜଣକ ଗୁରୁତର ହୋଇଥିବା ସୂଚନା । ଘଟଣା ସ୍ଥଳରେ ଯୋଡା ପୋଲିସ୍ ପହଞ୍ଚି, ଗୁରୁତର ଆହତ ସ୍କୁଟି ଚାଳକ କୁ ଟାଟା ଟିଷ୍କୋ ମେଡିକାଲ କୁ ନେଇଥିବା ସୂଚନା। ପୋଲିସର ସୂଚନା ଅନୁଯାୟୀ, ଟ୍ରକ ଟିକୁ ଅଟକ ରଖି ପୋଲିସ୍ ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ ଯୋଡ଼ା ରୁ ବମେଵାରୀ କୁ ସ୍କୁଟି ରେ ଯାଉଥିବା ବେଳେ ଟ୍ରକ ଟି ଧକା ଦେଇଥିଲା ପୋଲିସ ଖବର ପାଇ ଗୁରୁତର କୁ ଟାଟାଷ୍ଟିଲ ଡାକ୍ତରଖାନା ନେଇଥିଲା ।ବ୍ୟକ୍ତି ଜଣକ ଯୋଡ଼ା ଅଂଚଳ ର ଜଣା ପଡ଼ିଛି ।ଯୋଡ଼ା ପୋଲିସି ଏ ବିଷୟରେ ଅଧିକ ତଦନ୍ତ ଚଳାଇଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ