ଜଗତସିଂହପୁର ସଂସ୍କୃତି ଭବନରେ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ

(-ଜଗତସିଂହପୁର ସଂସ୍କୃତି ଭବନରେ ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ)
ଜଗତସିଂହପୁର
ତା =29/4/23
-ଜଗତସିଂହପୁର ଆଦିକବି ଶାରଳାଦାଶ ସଂସ୍କୃତିଭବନ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାରୁଲ ପଟାୱାରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ନାନିତ ଅତିଥିଭାବେ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ ରୁଦ୍ରନାରାୟଣ ଦାସ ,| ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ଼ଃ କ୍ଷେତ୍ରବାସୀ ଦାସ | ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ମହାପାତ୍ର | ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଯଦୁନାଥ ପରିଡା ଯୋଗଦେଇଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ଡ଼ଃ ବୀରକିଶୋର ପରିଡା ଅତିଥି ପରିଚୟ ପ୍ରଦାନ ସହ ସଭା ପରିଚାଳନା କରିଥିଲେ । ଉପସ୍ଥିତ ଅତିଥି ବିଶ୍ୱପ୍ରାଣୀ ଚିକିତ୍ସା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ମନ୍ତବ୍ୟ ରଖିଥିଲେ। ଜିଲ୍ଲାର ଶ୍ରେଷ୍ଠ ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ,
| ଶ୍ରେଷ୍ଠ ପ୍ରାଣୀ ଚିକିତ୍ସକ | ଶ୍ରେଷ୍ଠ ପ୍ରାଣୀ ଅତିରିକ୍ତ ଚିକିତ୍ସକ | ପ୍ରାଣୀ ଧନ ନିରୀକ୍ଷକ ପ୍ରମୁଖଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ | ଉପଢୌକନ | ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ। ଏହି ଅବସରରେ ବିଭିନ୍ନ ବ୍ଳକର ଉତ୍ତମ ଚାଷି ଓ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ଚାଷୀ,ସ୍ୱୟଂ ସହାୟକ ଗୋଷ୍ଠୀ, ଏଲଆଇ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଡ଼ଃ ଯଦୁନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।ଡକ୍ଟର ନମସ୍ୟା ପ୍ରିୟଦର୍ଶିନୀ , ଡକ୍ଟର ସୋନୁସ୍ମୃତି ଦାସ , ଡ଼ଃ ଲୋପାମୁଦ୍ରା ମଲ୍ଲିକ, ଡ଼ଃ ଉତ୍କଳିକା ପ୍ରିୟଦର୍ଶିନୀ , ଡ଼ଃ ଭି.ଏସ ସିବାନି ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଜଗତସିଂହପୁରରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This