ଆଡମ୍ବୁର ଶନିମେଳାରେ ଶନିଦେବଙ୍କ ଜଳାଅଭିଷେକ

ଆଡମ୍ବୁର ଶନିମେଳାରେ ଶନିଦେବଙ୍କ ଜଳାଅଭିଷେକ ।

ଓଡ଼ିଶାର ପ୍ରସିଦ୍ଧ ମାଗୁରା ଧାନମଣ୍ଡଳ ପଞ୍ଚାୟତ ଆଡମ୍ବରୁ ଠାରେ ଅବସ୍ଥିତ ଗ୍ରହରାଜ ଶ୍ରୀ ଶ୍ରୀ ଶନିଦେବ ଙ୍କ ପୀଠରେ ଲକ୍ଷଧିକ ଭକ୍ତଙ୍କ ଜଳାଭିଷେକରେ ଚଳଞ୍ଚଳ ହୋଇଉଠିଛି । ଆଜି ର ଏହି ମେଳାରେ ଶନିଦେବ ଙ୍କ ଉପରେ ଜଳ ଅଭିଷେକ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ଭକ୍ତ ମାନେ ଏହି ବିଶ୍ୱାସ କୁ ପଥୟକରି ପାଖାପଖି ୭ ଟି ଜିଲ୍ଲାର ଭକ୍ତ ମାନେ ଛୁଟି ଆସିଥାନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ଫୋର୍ସ ୨ ଜଣ ଡ ଏସ ପି ୫ଜଣ ଇନ୍ସପେକ୍ଟର ୩୦ ରୁ ଉର୍ଦ୍ଧ୍ବ ସବିନ୍ସପେକ୍ଟର ୭୦ରୁ ଉର୍ଦ୍ଧ୍ବ ହୋମ ଗାର୍ଡ ନେଇ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟ ପକ୍ଷରେ ଲଖ୍ୟାଧିକ ଭକ୍ତ ଙ୍କ ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ କରାଯାଇଛି। ବିଜୁଳି ସେବା, ପାନୀୟ ବ୍ୟବସ୍ଥା, ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ସମ୍ପର୍ଣ୍ଣ ପ୍ରସ୍ତୁତି କରାଯାଇଥିବା ବେଳେ ଉଠା ବେପାରୀ ଙ୍କ ପସରା ମେଲିଥିବା ଦେଖିବାକୁ ମିଳିଛି।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍

Recent Post

Live Cricket Update