(ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ )
ଜଗତସିଂହପୁର
ତା =29/4/23
ଜଗତସିଂହପୁର ଧୂଳି ମାଟିର ସନ୍ଥ, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଓ ତ୍ୟାଗବୀର ଗୋପବନ୍ଧୁ ଚୌଧୁରୀଙ୍କ ୬୫ ତମ ଶ୍ରାଦ୍ଧ ବାର୍ଷିକ ଆଜି ଜଗତସିଂହପୁର ସାରସ୍ଵତ ପରିଷଦ ପକ୍ଷରୁ ସ୍ଥାନୀୟ ତରଡାପଡା ଗୁରୁକୁଳ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ହିମାଂଶୁ ଶେଖର ଆଚାର୍ଯ୍ୟ ଏଥିରେ ସଭାପତିତ୍ବ କରିଥିଲେ। ଏହି ସଭାରେ ଗୁରୁକୁଳର ଅଧ୍ୟକ୍ଷା ସୌଦାମିନୀ ସାହୁ ଗୁରୁକୁଳର ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ମିଶ୍ର ଓ ଶିକ୍ଷକ ବିଚିତ୍ରା ନନ୍ଦ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମର ମୁକ୍ତି ତୀର୍ଥ ଜଗତସିଂହପୁର ର ଅଳକା ଆଶ୍ରମ ଠାରୁ ଯାଜପୁରର ବରି ଆଶ୍ରମ ପର୍ଯ୍ୟନ୍ତ ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ କର୍ମ ମୟ ଜୀବନ ସଂପର୍କରେ ଆଲୋକ ପାତ କରିବା ସହ ତାଙ୍କ ପରି ତ୍ୟାଗୀ ଓ ଦେଶ ପ୍ରେମୀ ମଣିଷ ଆଜିର ଦୁନିଆରେ ବିରଳ ବୋଲି ମତ ବ୍ୟକ୍ତ କରିଥିଲେ। ଉତ୍ତର ପିଢ଼ିର ଦାୟାଦ ମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ପ୍ରୀତିକ୍ ଜେନା ଶ୍ୟାମସୁନ୍ଦର ସ୍ବାଇଁ ଶିକ୍ଷୟତ୍ରୀ, ଲକ୍ଷ୍ମୀପ୍ରିୟା ଗୋଛାୟତ, ପୂଜାରାଣୀ ବାରିକ,ଓ ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଉପସ୍ଥିତ ଥିଲେ। ସଭା ପୂର୍ବରୁ ପରିଷଦର ସଭାପତି ଶ୍ରୀ ଆଚାର୍ଯ୍ୟ ଖେରସ ସ୍ଥିତ ସ୍ବର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ରେ ପୁପ୍ସ ମାଲ୍ୟାର୍ପଣ କରିଥିଲେ। ଶେଷରେ ସୁଶ୍ରୀ ଅଞ୍ଜୁସା ଧନ୍ୟବାଦ ଦେଇଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ