ପୌରପାଳିକା ସଭଗୃହରେ କାଉନସିଲ ବୈଠକ ରେ ବିବାଦ

ପୌରପାଳିକା ସଭଗୃହରେ କାଉନସିଲ ବୈଠକ ରେ ବିବାଦ।

କଟକ ଜିଲ୍ଲା ଚୌଦ୍ୱାର ପୌର ପାଳିକାର କାଉନସିଲ ବୈଠକ ରେ କାଉନସିଲ ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା କୌଣସି କାମ ହେଉ ନଥିବାରୁ ପୌରପ୍ରଶାସନ ଅଧିକାରୀ ଓ କାଉନସିଲ ମଧ୍ୟରେ ଚାଲିଥିଲା ଟଣା ଓଟରା, ପୌର ଯନ୍ତ୍ରୀ ଫିଜିବିଲିଟି ନାଁରେ ସଠିକ ସମୟରେ ଏସ୍ଟିମେଟ କରୁ ନାହାନ୍ତି, କୌଣସି ନୂତନ ପ୍ରକଳ୍ପ ଆରମ୍ଭ ହେଉନାହିଁ, ବୈଠକ ରେ କାଉନସିଲର ମାନେ ବିରକ୍ତି ପ୍ରକାଶ କରିଥିଲେ । ବର୍ଷାଦିନ ପୂର୍ବରୁ କେତୋଟି ପୋଖରୀ ର ପୁନଃରୁଦ୍ଧାର ପାଇଁ ବିଧାୟକ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଇଂଜିନେରିଙ୍ଗ ବିଭାଗ ଚୁପ ହୋଇ ବସିଛନ୍ତି। ଅନ୍ୟ ପକ୍ଷରେ ଏହି ପୌରପାଳିକାରେ ବହୁ ଦୁର୍ନୀତି ହେଉଥିବାରୁ ତଥା ଲୋକାଯୁକ୍ତ ତଦନ୍ତ ଚାଲୁ ଥିବାରୁ ପୌର ପ୍ରଶାସକ ମାନେ ଭାବିଚିନ୍ତି କାମ କରୁଛନ୍ତି । ଏହି ଘଟଣା ଉପରେ ମୁଖ୍ୟ ଯନ୍ତ୍ରୀକୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଆଜିର ବୈଠକ ରେ ପୌରାଧକ୍ଷ ଶ୍ରୀମତୀ ମାନସୀ ସ୍ଵର୍ଣପ୍ରଭା ସାମଲ, ନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ର, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ବିଷ୍ଣୁ ଚରଣ ପରିଡା, ପୌର ଯନ୍ତ୍ରୀ, ବରିଷ୍ଠ କାଉନସିଲର ସୁବ୍ରତ କୁମାର ସାମଲ, ଅଜୟ ବେହେରା, ବିଜୟ ମଲ୍ଲିକ, ଦିଲୀପ ଭୂୟାଁ, ଦିଲୀପ ସାହୁ ଉପସ୍ଥିତ ଥିଲେ।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୁଜ୍।

Recent Post

Live Cricket Update