ମନରେଗା ଯୋଜନା ମହାଦୁର୍ନୀତି ଅଭିଯୋଗ
ମାସମାସ ଧରି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ରାଶି
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ନିର୍ମାଣ କଲେ ସତ ହେଲେ ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା କୁହାଯାଉଛି । ଯାହା ଫଳରେ କାମକରି ମଧ୍ୟ୍ୟ ପାରିଶ୍ରମିକ ପାଇ ପାରୁନାହାନ୍ତି ଲୋକେ l ଏହି ଯୋଜନା ମାଧ୍ୟ୍ୟମରେ ଦାଦନ ସମସ୍ୟା ରୋକିବା ଉଦେଶ୍ୟ ଥିବା ବେଳେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଓ ଅର୍ଥନୀତି କ୍ଷେତ୍ରରେ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି । ଏଥି ପାଇଁ ମନରେଗା ଯୋଜନାକୁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ ହୋଇଛି ହେଲେ ଆଇନର ନୀତିନିୟମକୁ କିଛି ଅସାଧୁ କର୍ମଚାରୀ ମନରେଗା ଯୋଜନାକୁ ଦିଶା ହୀନ କରୁଥିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି । ଏହି ଭଳି ଅଭିଯୋଗ ଆସୁଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡୁରୁ ଗାଁରେ । ଏହି ଗାଁ ରେ ମନରେଗା ଯୋଜନା ମାଧ୍ୟ୍ୟମରେ ମୁଖ୍ୟ ରାସ୍ତା ଠାରୁ ଗାଁ କୁ ମାଟି ରାସ୍ତା ପାଇଁ ଅଟକଳ ମୂଲ୍ୟ ୩ ଲକ୍ଷ ଥିବା ବେଳେ ରାସ୍ତା ମଧ୍ୟ୍ୟ ଅଧପନ୍ତରିଆ ହୋଇ ରହିଛି। ଏବେ କାମ ମଧ୍ୟ୍ୟ ବନ୍ଦ ଅଛି । ହେଲେ କାମ ବନ୍ଦ ଥିବା ସତ୍ତ୍ବେ ମଧ୍ୟ୍ୟ କାମ ନ’କରିଥିବା ୪୦ ଜଣଙ୍କ ବ୍ୟାଙ୍କ ଖାତାରେ ଅର୍ଥରାଶି ଜମା କରି ଅର୍ଥ ରାଶି ହଡପ କରୁଥିବା ଅଭିଯୋଗ ହେଉଛି । ଯେଉଁ ଶ୍ରମିକ ମାନେ କାମ କରୁଛନ୍ତି ସେ ମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହେଉନ’ଥିବା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି l ଏହି ରାସ୍ତା କାମରେ ଗାଁର ଅନେକ ଶ୍ରମିକ ନିୟୋଜିତ ହୋଇ କାମ କରିଛନ୍ତି ହେଲେ ମାସ ମାସ ଧରି ଶ୍ରମିକମାନେ ପାରିଶ୍ରମିର ମୂଲ୍ୟ ପାଉନାହାନ୍ତି l ଅନ୍ୟ ପଟେ ମନରେଗା ଯୋଜନା ନିୟମ ଅନୁଯାଇ ଶ୍ରମିକ ପରିଶ୍ରମର ଅର୍ଥ ୧୫ ଦିନ ଭିତରେ ବ୍ୟାଙ୍କ ଖାତାରେ ଜମା ହେବା ବ୍ୟବସ୍ଥା ରହିଛି ହେଲେ ମାସମାସ ଧରି ପାଉନାହାନ୍ତି ଶ୍ରମିକ l ତେବେ ଏଥି ପାଇଁ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ମନରେଗାରେ ଠିକ ସମୟରେ ପାରିଶ୍ରମିକ ନ ମିଳିବା,ଯୋଜନା ନାଁରେ ରଫା ଦଫା କରି ଅର୍ଥ ହଡପ ଉଦେଶ୍ୟ ରଖିବା ମୁଖ୍ୟ କାରଣ ବୋଲି ଅଞ୍ଚଳରେ ଆଲୋଚନା ହେଉଛି l ତେବେ ଶ୍ରମିକଙ୍କୁ କେମିତି ପାରିଶ୍ରମିକ ଅର୍ଥରାଶି ମିଳିବ ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ବ୍ରିଟିଶ କୁମାର, ସାନ ମାଝୀ, ଶ୍ରାବୁଣୁ ମାଝୀ, ରାମତୁ ମାଝୀ, ନର୍ସିଂ ମାଝୀ ସମେତ ଗ୍ରାମ ବାସି ଦାବି କରିଛନ୍ତି ।
କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।