ବନ୍ଦା ସ୍କୁଲ ରେ ଆମ ସଂସ୍କୃତି ଓ ଖେଳଣା ଶିବିର ଅନୁଷ୍ଠିତ
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଦୁଇ ଦିନିଆ ଆମ ସଂସ୍କୃତି ଓ ଖେଳଣା ଶିବିର ଅନୁଷ୍ଠିତ ହୋଇଯାଇଛି। ନୂଆହତା କ୍ଲଷ୍ଟର ଅଧୀନସ୍ଥ ସମସ୍ତ ୧୨ଟି ବିଦ୍ୟାଳୟ ର ଶିକ୍ଷକଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଯୋଗଦାନ କରି ଆମ ସଂସ୍କୃତି ପର୍ଯ୍ୟବେସିତ ନାନା ଖେଳଣା, ବରାଡ଼ା ପତ୍ର, ବାଉଁଶ କାଠି କପଡା, କଉଡି,କାଚ, ନଡ଼ିଆ କତା ରଙ୍ଗ ତୁଳୀ, ଡ୍ରଇଂ ସିଟ, ଅଣ୍ଡା ଖୋଳପା ଇତି ସମାଗ୍ରୀ କୁ ବ୍ୟବହାର କରି ପ୍ରସ୍ତୁତି କରିଥିଲେ। ପ୍ରସ୍ତୁତି କଣ୍ଢେଇ ଓ ଖେଳଣା ଗୁଡିକ ବେଶ୍ ଆକର୍ଷଣୀୟ ଓ ପାଠ ଉପଯୋଗୀ ହୋଇ ପାରିଥିଲା। ପ୍ରଥମରୁ ୩ ୟ ଶ୍ରେଣି ପିଲାଙ୍କୁ ଏଗୁଡ଼ିକୁ ବ୍ୟବହାର କରି କିପରି ଗଣିତ ଭାଷା ପରିବେଶ ଓ ଇଂରାଜୀ ବିଷୟ ଗୁଡ଼ିକୁ ଶିଶୁ ମନ ଲାଖି କରାଯାଇପାରିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି କର୍ମ ଶାଳ କୁ ରାଜ୍ୟ ସ୍ତରୀୟ ସାଧନା କର୍ମୀ ପ୍ରଦୀପ୍ତ କୁମାର ମାଝୀ, ପୂର୍ବତନ ଶିକ୍ଷା ଅନୁ ନିରୀକ୍ଷକ ତଥା ବନ୍ଦା ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ପିତାମ୍ବର ସାହୁ ଓ ପାଞ୍ଚ ଗଡ଼ ର ବିଜୟ କୁମାର ହାଇ ସ୍କୁଲ ର ବରିଷ୍ଟ ଶିକ୍ଷକ ପବିତ୍ର ମୋହନ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶିବିରକୁ ଉଦଘାଟନ କରିବା ସହିତ ଶିବିରର ମହତ୍ତ୍ଵ ସମ୍ପର୍କରେ ଆଲୋକ ପାତ କରିଥିଲେ। ନୁଆହତା କ୍ଳଷ୍ଟର ର ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଶ୍ରୀମତି ରେଣୁ ବାଳା ପଣ୍ଡା ଏହି ଶିବିରକୁ ପରିଚାଳନା କରିଥିବା ବେଳେ ବନ୍ଦା ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ନେତ୍ର ମଞ୍ଜରି ସାହୁ, ପ୍ରତୀତି ସତପଥୀ, ବବିତା ମହାନ୍ତି, ହରିପ୍ରିୟା ବେହେରା, ଅଞ୍ଜନା ସାହୁ ପ୍ରମୁଖ ସହଯୋଗ କରିଥିଲେ।