ଆନ୍ତର୍ଜାତୀୟ ନୃତ୍ୟ ଦିବସ ୨୦୨୩
ଢେଙ୍କାନାଳ,୩୦/୪: ଅଦ୍ୟ ଅପରାହ୍ନ ଘ.୪.୩୦ମି. ସମୟରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଆନ୍ତର୍ଜାତୀୟ ନୃତ୍ୟ ଦିବସ ୨୦୨୩ ଅବସରରେ ଅଗ୍ରଣୀ ଅନୁଷ୍ଠାନ ନୀତାନୃତ୍ୟାଙ୍ଗନା ତରଫରୁ ବେଶ୍ ସୁନ୍ଦର ଭାବରେ ପାଳନ କରାଯାଇଛି । ଉତ୍ସବକୁ ଉଦ୍ଘାଟନ କହିଲେ ଯେ, ନୃତ୍ୟ କରିବା ଦ୍ବାରା ସ୍ଵର୍ଗର ଦେବତାମାନେ ମଧ୍ୟ ସନ୍ତୁଷଲାଭ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ସଂଧ୍ୟା ଅଧ୍ଵବେଶନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଆଇପିଏସ୍, ସମ୍ମାନିତ ଅତିଥ୍ ଭାବରେ ସୁସଂଧା ମହାନ୍ତି, ଅବସରପ୍ରାପ୍ତ ଅଧ୍ୟକ୍ଷା ଡିଆଇଟି ନାରୀନେତ୍ରୀ ସାଗରିକା ମିଶ୍ର, ନେହୁରୁ ଯୁବକେନ୍ଦ୍ର ଡେପୁଟି ଡାଇରେକ୍ଟର ଅଶୋକ ଦାସ ପ୍ରମୁଖ ଯୋଗଦାନ କରି ନୃତ୍ୟ ଦ୍ବାରା ସମଗ୍ର ଶରୀର ସୁସ୍ଥ ରହିବା ସହ ପିଲାମାନଙ୍କର ଏକାଗ୍ରତା ସନ୍ତୁଳନ କରି ରଖିବାରେ ସାହାଯ୍ୟ କରେ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ନୃତ୍ୟଗୁରୁ କାମାକ୍ଷାନଗରବସୀ ସନ୍ତୋଷ କୁମାର ଦାଶ ଗୁରୁଜୀଙ୍କୁ ଶ୍ରେଷ୍ଠ ନୃତ୍ୟଗୁରୁ ଭାବରେ ତଥା ସୁଶ୍ରୀ ପ୍ରୀତି ନନ୍ଦ, ଅନୁଗୁଳଙ୍କୁ ଶ୍ରେଷ୍ଠ ନୃତ୍ୟ ଶିଳ୍ପୀ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ସୁଦୁର ତିଗିରିଆରୁ ଆସିଥିବା ନୃତ୍ୟ ଦଳଙ୍କୁ ମେଡାଲ୍ ଓ ସାର୍ଟିଫିକେଟ୍, ତାଳଚେରରୁ ଆସିଥିବା ସଂଜିତ ନନ୍ଦଙ୍କୁ ପ୍ରଶଂସାପତ୍ର ସହ ଉପଢୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା । ଲଙ୍ଗ୍ ଟାଇମ୍ ଆୱାଡ ନୃତ୍ୟ ଶିଳ୍ପୀ ଦିବ୍ୟଶୁ ଦେବାଶିଷଙ୍କୁ ଦେବାବେଳେ ବେଷ୍ଟ ଷ୍ଟୁଡେଟ୍ ଆଓ୍ବାଡ ଶୁଭଲକ୍ଷ୍ମୀ ନାୟକଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିବା, କେତେକ ଅଭିଭାବକମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା
। ଅନୁଷ୍ଠାନର ବିଭିନ୍ନ ଶାଖା ବନମାଳି ପ୍ରସାଦ, ମହିଷାପାଟ, ଶ୍ୟାମାଚରଣପୁରରୁ ଛାତ୍ରଛାତ୍ରୀମାନେ ଆସି ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଗୁରୁ ଆଶିଷ କୁମାର ପାଲ୍, ବିଦ୍ୟାଳୟ ବିଷୟରେ ବିବରଣୀ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷା ସୁଚିସ୍ମିତ। ମାନ। ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ନୃତ୍ୟ ଦିବସ ଅବସରରେ ଅପରାହ୍ନ ସାଢେ ୪ଟା ସମୟରୁ ରାତ୍ର ୧୦ ଘଟିକା ଯାଏଁ ଶତାଧୀକ ନୃତ୍ୟଶିଳ୍ପୀ ତାଙ୍କର ନୃତ୍ୟ ପ୍ରଦର୍ଶନ କରି ଲୋକମାନଙ୍କୁ ଆନନ୍ଦ ପ୍ରଦାନ କରିଥିଲେ
|