ଢେଙ୍କାନାଳଠାରେ ତମାଖୁ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ
ଢେଙ୍କାନାଳ, ୩୦/୪ : ତମାଖୁ ସେବନ ସାସ୍ଥ୍ୟପକ୍ଷେ କ୍ଷତିକାରକ ଓ ଭାରତରେ ପ୍ରତିବର୍ଷ ତମାଖୁ ବ୍ୟବହାର ଯୋଗୁଁ ୧ ନିୟୁତରୁ ଅଧ୍ଵକ ଲୋକଙ୍କର ମୃତ୍ୟୁ ଘଟିଥାଏ ଯାହା ସମସ୍ତ ମୃତ୍ୟୁହାରର ୯.୫ ପ୍ରତିଶତ। ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ୍ୟହାନିକୁ ରୋକିବା ତଥା ଜନସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି ଓ ଏଥପାଇଁ ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍ଚରାଲ୍ ସଂଟର (ପିକକ୍) ପକ୍ଷରୁ କୋଆଲିସନ ଫର ଟବାକୋ ଫ୍ରି ଓଡିଶା ସହଯୋଗରେ ଏକ ତମାଖୁ ନିୟନ୍ତ୍ରଣ କର୍ମଶାଳା ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳା ଆରମ୍ଭ କରିଥିଲେ । ଲୋକସଭା ସାଂସଦ ମହେଶ ସାହୁ ନିଜ ବକ୍ତବ୍ୟରେ ରଖୁଥିଲେ ଯେ ତମାଖୁର ଭୟାଭୟ ପରିଣାମ ରୋକିବା ଓ ପରବସ୍ତି ପିଢିକୁ ତମାଖୁ କୁପ୍ରଭାବରୁ ରୋକିବା ପାଇଁ ମିଳିତ ସମସ୍ତଙ୍କର ମିଳିତ ପ୍ରୟାସର ଆବଶ୍ୟକତା ଅଛି । ସେ କହିଥିଲେ ଯେ, କୋଟପା ଆଇନ୍କୁ ସଢ କରିବା ଓ ଆଇନ୍କୁ କିଭଳି କାର୍ଯ୍ୟ କରିବା ଏଥିପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ । ପିକକ୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କୋଟପା ଆଇନ୍ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଢେଙ୍କାନାଳର ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅର୍ଜନା ପୁହାଣ କହିଥିଲେ ଯେ, ସମସ୍ତଙ୍କର ଏଭଳି ସମସ୍ୟା ଦୂର କରିବା ପାଇଁ ମହିଳାମାନଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଜ୍ୟୋତିଷ ମହାପାତ୍ର, ଏନୱାଇକେର ଉପନିର୍ଦ୍ଦେଶକ ଅଶୋକ ଦାସ, ନିୟୁ ଇଣ୍ଡିଆର ସମ୍ପାଦକ ଶେଷଦେବ ରାଉତ ପ୍ରମୁଖ ନିଜର ବକ୍ତବ୍ୟ ରଖୁଥିଲେ । ଗ୍ଲୋବାଲ୍ ଆଡଲ୍ ତମାଖୁ ସର୍ଭେ ଅନୁଯାୟୀ ଭାରତୀୟ ମହିଳାମାନଙ୍କ ମଧ୍ୟରେ ତମାଖୁ ସେବନ ସାଧାରଣ ହୋଇଗଲାଣି । ଏପରିକି ଯେଉଁମାନେ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କୁ ମଧ୍ୟ ଫୁସ୍ଫୁସ୍ ଓ କର୍କଟ ଆଦି ରୋଗ ହେବାର ସମ୍ଭାବନା ରହିଛି । ଏହି ପରିସ୍ଥିତିରେ ଜନସାଧାରଣଙ୍କୁ ତମାଖୁ ସେବନରୁ ନିବୃତ କରିବା ଆବଶ୍ୟକ ଓ ସେଥ୍ପାଇଁ ବ୍ୟାପକ ଜନସଚେତନତା ସହିତ କୋଟାପା ଆଇନ୍କୁ ମଜଭୁତ କରିବା ଉଚିତ ବୋଲି ବକ୍ତାମାନେ ନିଜର ମତପୋଷଣ କରିଥିଲେ। ପିକକ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଏହି କର୍ମଶାଳାକୁ ସଂଯୋଜନା କରିଥିଲେ । ଏହି ସଭାରେ ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଯୋଗଦେଇଥିଲେ । ପିକକ୍ର ସତ୍ୟଶିବ ରଥ କର୍ମଶାଳା ସମ୍ପର୍କରେ ସୂଚନା ରଖୁଥୁଲେ ଓ ହରିହର ବଳବନ୍ତ ରାୟ ଧନ୍ୟବାଦ ଦେଇଥିଲେ ।