ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ସ୍ୱାଭିମାନ ଦିବସ ପାଳନ
ପାଟଣା:ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସର ରେ ପାଟଣା ସମ୍ବାଦ – ଆମ ଓଡ଼ିଶା ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଅବସର ରେ ସ୍ୱାଭିମାନ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ମହାବିଦ୍ୟାଳୟ ର ଅଧକ୍ଷ ବୀରେନ୍ଦ୍ର କୁମାର ସାହୁ ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ପାଟଣା ଥାନା ଅଧିକାରୀ ମନୋରଞ୍ଜନ ପ୍ରଧାନ ଯୋଗ ଦେଇ କହିଥିଲେ । ସଂମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଯୁଧିଷ୍ଠିର ମହାନ୍ତ , ଓଡ଼ିଆ ଅଧ୍ୟାପକ ଜଗନ୍ନାଥ ମହାନ୍ତ ଯୋଗ ଦେଇଥିଲେ । ପାଟଣା ସମ୍ବାଦ ଓ ଆମ ଓଡ଼ିଶା ସଂଯୋଜକ ମହେଶ୍ୱର ପୃଷ୍ଟି ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେ ଅତିଥି ମାନଙ୍କ ଦ୍ୱାରା ମଧୁବାବୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା ମହାବିଦ୍ୟାଳୟ ର ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଅତିଥିଙ୍କ ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ।
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍