ଚୌଦ୍ଵାର ରେ ପ୍ରଧାମନ୍ତ୍ରୀଙ୍କ ର ୧୦୦ ତମ ମନ କୀ ବାତ୍ ସମସ୍ତ ବୁଥ ରେ ପାଳିତ

ଚୌଦ୍ଵାର ରେ ପ୍ରଧାମନ୍ତ୍ରୀଙ୍କ ର ୧୦୦ ତମ ମନ କୀ ବାତ୍ ସମସ୍ତ ବୁଥ ରେ ପାଳିତ।

ଚୌଦ୍ଵାର ରେ ପ୍ରଧାମନ୍ତ୍ରୀଙ୍କ ର ୧୦୦ ତମ ମନ କୀ ବାତ୍ ସମସ୍ତ ବୁଥ ରେ ପାଳିତ ହୋଇଯାଇଛି।
ଏହି ଉପଲକ୍ଷେ ବିଜେପି ଚୌଦ୍ଵାର ମଣ୍ଡଳ ପକ୍ଷରୁ ବିଶିଷ୍ଟ ନାଗରିକ ମାନଙ୍କୁ ସମ୍ମାନିତ କରାଯାଇଥିଲା।
ବିଜେପି ଯୁବମୋର୍ଚ୍ଚା ସଭାପତି ତନ୍ମୟ ସାହୁଙ୍କ ବାସଭବନରେ ଆୟୋଜିତ କାର୍ଯକ୍ରମ ରେ ଡ଼ ଶରତ କୁମାର ସାହୁ, ସମାଜସେବୀ ନରୋତ୍ତମ ଦାସ, ସାହିତ୍ୟକ ଦିବ୍ୟଜ୍ୟୋତି ପାଣୀ, ଶିକ୍ଷାବିତ୍ କୈଳାସ ଚନ୍ଦ୍ରସାହୁ, ସ୍ଵାଗତିକା ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀମତୀ ଜୟନ୍ତି ପୃଷ୍ଟି ଓ ଦେବେନ୍ଦ୍ର ପୃଷ୍ଟି, ଅନ୍ୟମାନଙ୍କ ମଧ୍ୟରେପବିତ୍ର ସାହୁ, କେ ସି ପ୍ରତାପ ସିଂ, ପ୍ରତାପ ଜେନା, ଡକ୍ଟର ଶରତ ସିଂ ପ୍ରମୁଖ ଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଦେଇ ବିଜେପି ତରଫରୁ ସମ୍ମାନିତ କରାଯାଇଥିଲା। ବିଜେପି ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରଶାନ୍ତ ହୋତା, ଜିଲ୍ଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ପ୍ରକାଶ ଚନ୍ଦ୍ର ବଡ଼ଜେନା ଙ୍କ ତରଫରୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ କାର୍ଯ୍ୟଶୈଳୀ ସମେତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଓଡ଼ିଶାକୁ ବିଶେଷ ଗୁରୁତ୍ୱ ଦେଇଥିବାରୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ୍

Recent Post

Live Cricket Update

You May Like This