(ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ପ୍ରତିବାଦ ଦିବସ ପାଳିତ )
ଜଗତସିଂହପୁର
ତା =1/5/23
ଓଡ଼ିଶାରେ ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାର ଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ
ସାରା ରାଜ୍ୟରେ ପ୍ରତିବାଦ ଦିବସ ପାଳନ କରାଯାଉଛି । ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲାରେ ପ୍ରତିବାଦ ଦିବସ ପାଳନ କରାଯାଇଛି । ଅନ୍ୟାନ୍ୟ ରାଜ୍ୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁବିଧାସୁଯୋଗ ତୁଳନାରେ ଓଡ଼ିଶାରେ ସାମ୍ବାଦିକମାନଙ୍କୁ ତାହା ମିଳୁପାରୁନାହିଁ । ଏଣୁ ରାଜ୍ୟ ସରକାର
ପ୍ରଚଳିତ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା |ଅଧିକାଂଶ ରାଜ୍ୟରେ ପେନସନ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଓଡ଼ିଶାରେ ପେନସନ ସୁବିଧା ସାମ୍ବାଦିକମାନଙ୍କୁ ନାହିଁ ଏଣୁ ତୁରନ୍ତ ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ମାସିକ ସର୍ବନିମ୍ନ ୧୫ ହଜାର ଟଙ୍କା ପେନସନ ପ୍ରଦାନ କରିବା |
ଦୀର୍ଘଦିନ ଧରି ଅଚଳ ଥିବା ସାମ୍ବାଦିକ ଅଧିସ୍ବୀକୃତି କମିଟିର ତୁରନ୍ତ ପୁର୍ନଗଠନ କରିବା | ମହାରାଷ୍ଟ୍ର ଓ ଛତିଶଗଡ଼ ଢାଞ୍ଚାରେ ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଆଦି ଚାରି ଦଫା ଦାବି ନେଇ ପ୍ରତିବାଦ ଦିବସ ପାଳନ କରାଯାଇଛି । ଜିଲ୍ଲାର ସବୁ ବ୍ଲକରୁ କାର୍ୟ୍ଯରତ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କଲାପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୪ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାମ୍ବାଦିକ ୟୁନିଅନ ଜ଼ିଲ୍ଲା ସଭାପତି ଶୁଭଙ୍କର ଜେନା | ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା | ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତପନ କୁମାର ରାଉତରାୟ | ପ୍ରତାପ କୁମାର ସିଂହ | ପ୍ରଭାତ କୁମାର ମହାନ୍ତି | ଅକ୍ଷୟ କୁମାର ଦାଶ | ଜାମେଶ ଗଛାୟତ | ,ପିଣ୍ଟୁ ମୁଦୁଲି | ଅଶୋକ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ