ଘରେ ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ଗିରଫ

ଘରେ ବିଦେଶୀ ମଦ କାରବାର ଅଭିଯୋଗରେ ଜଣେ ଗିରଫ

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମ ପଞ୍ଚାୟତ ଜଣେ ଅଭିଯୁକ୍ତକୁ ବିଦେଶୀ ମଦ କାରବାର ଅଭିଯୋଗ ରେ ବଅଁରପାଳ ପୋଲିସ ଗିରଫ କରିଛି। ବଅଁରପାଳ ଥାନା ପକ୍ଷରୁ ସୂଚନା ମୁତାବକ ଗୋତମରା ଗ୍ରାମ ରେ ମଦ କାରବାର ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ଏହି ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଜୋରଦାର୍ କରିଥିଲେ। ରବିବାର ସନ୍ଧ୍ୟା ସମୟରେ ଏ ଏସ ଆଇ କ୍ରିତି ରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ପେଟ୍ରୋଲିଂ କରୁଥିବା ବେଳେ ଗୋତମରା ଗ୍ରାମ ର ଦୁଷ୍ମନ୍ତ ବରାହ (ବାପି) ମଦ ବ୍ୟବସାୟ କରୁଥିବା ବେଳେ ଧରାପଡିଥିଲେ। ଏଏସଆଇ ଆର ମହାନନ୍ଦ ଦୁଷ୍ମନ୍ତ ଙ୍କ ନାମରେ ମକଦମା ନମ୍ବର ୧୬୯ ଦଫା ୫୨ ଓଡିଶା ଏକ୍ସସାଇଜ ଆକ୍ଟରେ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଥିଲେ। ଦୁଷ୍ମନ୍ତ ଙ୍କ ବାସଭବନରେ ରେଡ କରିବା ପରେ ପ୍ରଚୁର ପରିମାଣ ର ବିଦେଶୀ ମଦ ଦେଖିବାକୁ ମଳିଥିଲା। ତାଙ୍କ ଠାରୁ ପ୍ରାୟ ୯୫ ବୋତଲ ବିଅର୍ ୩୪ ବୋତଲ ବିଦେଶୀ ମଦ ତଥା ୬୬ ଲିଟର ମଦ ଜବତ କରାଯାଇଛି। ସୋମବାର ସକାଳ ଦିନ ୧୦ଟରେ ଦୁଷ୍ମନ୍ତ କୁ କୋର୍ଟଚାଲଣ କରାଯାଇଥିବା ସୂଚନା ପ୍ରାପ୍ତ ହୋଇଛି ।

Recent Post

Live Cricket Update