ମେ ୧୩ ତାରିଖରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
ଅନୁଗୋଳ (୧୩.୦୫.୨୦୨୩) ଶନିବାର ଅନୁଗୋଳ , ତାଳଚେର , ଆଠମଲ୍ଲିକ , ପାଲ୍ଲହଡା , ଛେଣ୍ଡିପଦା ଓ ବଂଅରପାଳ ସ୍ଥିତ ଅଦାଲତ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧୀନ ମକଦ୍ଦମା ଯଥା ଫୌଜଦାରୀ ( ସାଲିସ ଯୋଗ୍ୟ ) , ଚେକ ବାଉନସ ମାମଲା , ବ୍ୟାଙ୍କ ଋଣ ମାମଲା , ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା , ଶ୍ରମ ବିବାଦ ମାମଲା , ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା ଯଥା ବିଦ୍ୟୁତ୍ ଓ ଜଳ ପୈଠ ବିଲ ସମ୍ବନ୍ଧୀୟ ମାମଲା ଓ ଅନ୍ୟାନ୍ୟ ବିବାଦ – ( ସାଲିସ ବିହୀନ ବିବାଦକୁ ବାଦ ଦେଇ ) , ବୈବାହିକ ବିବାଦ ( ଛାଡପତ୍ର ବ୍ୟତୀତ ) , ଜମି ଅଗ୍ରହଣ ମାମଲା , ଚାକିରି ସମ୍ବନ୍ଧୀୟ ( ଅବସରକାଳୀନ ପ୍ରାପ୍ୟ ) , ରାଜସ୍ଵ ମକଦ୍ଦମା , ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦି ଓ ଅନ୍ୟାନ୍ୟ ଫୌଜଦାରୀ ମକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯାଇପାରିବ । ଏହା ସହିତ ପ୍ରାକ – ମକଦ୍ଦମା ସ୍ତରୀୟ ( କଚେରୀରେ ଦାୟର ହୋଇନଥିବା ) ମାମଲା ତଥା ଚେକ ବାଉନସ ମାମଲା , ବ୍ୟାଙ୍କ ଋଣ ବିବାଦ , ଶ୍ରମ ବିବାଦ , ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡ଼ିକ ( ସାଲିସ ବିହୀନ ବିବାଦକୁ ବାଦ ଦେଇ ) , ଭରଣପୋଷଣ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା / ବିବାଦର ସମାଧାନ ପାଇଁ କୈାଣସି ଆର୍ଥିକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ , ଚୂଡାନ୍ତ ଏବଂ ଅମଳଯୋଗ୍ୟ । ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ ଅଟେ । ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧ୍ଵକରଣ , ଅନୁଗୋଳ ବା ତାଲୁକ ଆଇନସେବା କାର୍ଯ୍ୟାଳୟ ତାଳଚେର , ଆଠମଲ୍ଲିକ , ପାଲ୍ଲହଡା , ଛେଣ୍ଡିପଦା ଓ ବଅଁରପାଳ ସହିତ ଯୋଗାଯୋଗ କରନ୍ତି ।