ଜିଏଷ୍ଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ

ଚଳିତ ଏପ୍ରିଲ ମାସରେ ଓଡ଼ିଶା ମୋଟ ଜିଏସଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ ସଂଗ୍ରହ। ଗତବର୍ଷ ଏପ୍ରିଲ ମାସର ସଂଗ୍ରହ ରାଶି ୧୬୮୦ କୋଟି ଟଙ୍କା ତୁଳନାରେ ୪୦.୪୩ ପ୍ରତିଶତ ଅଭିବୃଦ୍ଧି ଘଟିଛି। ସେବା କ୍ଷେତ୍ରରେ ଅଭିବୃଦ୍ଧି ଏବଂ କିଛି ମାତ୍ରାରେ କାରବାର କ୍ଷେତ୍ର ଯୋଗୁ ଏହି ଅଭିବୃଦ୍ଧି ଘଟିଛି।

ଏପ୍ରିଲ ମାସରେ ବିଭିନ୍ନ ଟିକସ ଏବଂ ଜିଏସଟିରେ ମିଳିଥିବା ବକେୟା ରାଶି ସଂଗ୍ରହ କ୍ଷେତ୍ରରେ ଗତବର୍ଷ ତୁଳନାରେ ୩୬.୭୦ % ଅଭିବୃଦ୍ଧି ଘଟିଛି। ଇ-ୱେବିଲ୍ ନିର୍ଗମନ କ୍ଷେତ୍ରରେ ମଧ୍ଯ ୧୫.୧୨ ପ୍ରତିଶତ ଅଭିବୃଦ୍ଧି ଘଟିଛି। ୨୦୨୩ ଏପ୍ରିଲ ମାସରେ ୨୦.୨୧ ଲକ୍ଷ ସଂଖ୍ୟକ ଇ-ୱେବିଲ୍ ନିର୍ଗମନ ହୋଇଛି। ୨୦୨୨ ଏପ୍ରିଲ ମାସରେ ଏହା ୧୭.୫୭ ଲକ୍ଷ ଥିଲା।

Recent Post

Live Cricket Update

You May Like This