୧୦୦ ଚକିଆ ଟ୍ରଲର ପଛରେ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ, ଜଣେ ମୃତ , ୨ ଗୁରୁତର

୧୦୦ ଚକିଆ ଟ୍ରଲର ପଛରେ ଧକ୍କା ଦେଲା ଅଙ୍ଗୁର ବୋଝେଇ ଟ୍ରକ, ଜଣେ ମୃତ , ୨ ଗୁରୁତର

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ଖିରେଇଟାଙ୍ଗିରି ନିକଟରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟ ଗାଡ଼ି କଲିକତା ଅଭିମୁଖେ ଯାଉଥିବା ବେଳେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଏକ ୧୦୦ ଚକିଆ ଟ୍ରଲର ରାସ୍ତା ପାର୍ଶ୍ବରେ ଛିଡା କରି ପଛ ଇଣ୍ଡିକେଟର ଲାଇଟ ସଜାଡିବା ସମୟରେ ପଛରୁ ଆସି ଏକ ୧୨ ଚକିଆ ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଟ୍ରଲର ଇଣ୍ଡିକେଟର ଲାଇଟ ସଜାଡୁଥିବା ୩ ଜଣ ଙ୍କ ମଧ୍ୟରୁ ଜଣ ଙ୍କର ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ହେଉଛନ୍ତି ଗୌତମ ଯାଦବ । ଅନ୍ୟ ପକ୍ଷରେ ଅଙ୍ଗୁର ବୋଝେଇ ଟ୍ରକ ଟି କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଙ୍ଗୁର ଟ୍ରକ ଚାଳକ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି
କେନ୍ଦୁଝର ଜିଲ୍ଲା ରତି ରଞ୍ଜନ ବାରିକ୍ ଶହ ପାଟଣା ବ୍ଲକ ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Recent Post

Live Cricket Update

You May Like This