ଟ୍ରଲର ଅଟୋ ମୁହାଁମୁହିଁ ଧକ୍କା , ଅଟୋ ଚାଳକ ଗୁରୁତ୍ତର
ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ହାଇସ୍କୁଲ ସମ୍ମୁଖ ୫୫ ନମ୍ବର ଜାତୀୟ ରାଜପଥରେ ଭୋର ପ୍ରାୟ ୪.୩୦ ମିନିଟ ସମୟରେ ଏକ ଅଟୋ ଓ ଟ୍ରଲର ମଧ୍ୟରେ ମୁଁହାମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକ ଗୁରୁତର ହୋଇଛନ୍ତି , ସ୍ଥାନୀୟ ଲୋକ ମାନେ ତୁରନ୍ତ ଗୁରୁତ୍ତର ଅଟୋ ଚାଳକଙ୍କୁ ଚିକିତ୍ସା ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି | ତେବେ ଏଠାରେ ପ୍ରକାଶ ଥାଉ କି ଅନୁଗୋଳ ଆଡୁ ବଅଁରପାଳ ଅଭିମୁଖେ ସପ୍ତାହିକ ହାଟ କୁ ବେପାର ଉଦେଶ୍ୟରେ ଯାଉଥିବା ଅଟୋ ନମ୍ବର OD 06C 4014 ଓ ସମ୍ମୁଖ ଦିଗ ବଅଁରପାଳ ଆଡୁ ଆସୁଥିବା ଏକ ଭାରି ଓଜନର ଜିନିଷ ନେଇ ଆସୁଥିବା ଟ୍ରଲର ଯାହାର ନମ୍ବର ହେଉଛି ( AP 31 TA 0387 ) ଧକ୍କା ହୋଇଥିଲା । ଯାହା ଫଳରେ ଅଟୋ ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିବା ବେଳେ ଚାଳକ ଜଣକ ଗୁରୁତ୍ତର ହୋଇଥିଲେ। ତେବେ ଘଟଣା ସ୍ଥଳ ରେ ନାଲକୋ ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି |