ଆଉଟ୍ ପୋଷ୍ଟ କୁ ପୋଲିସ୍ ଷ୍ଟେସନ ମଞ୍ଜୁରୀ ଓ ନୂତନ ଟ୍ରାଫିକ ପୋଲିସ ଷ୍ଟେସନ ମଞ୍ଜୁରୀ

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି।ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି। ଏହି ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପଦବୀରେ ଗୋଟିଏ ଇନ୍‌ସପେକ୍ଟର, ୬ଟି ଏସ୍ଆଇ, ୩ଟି ଏଏସ୍ଆଇ, ୨ଟି ହାବିଲଦାର ଓ ୧୧ଟି କନେଷ୍ଟବଳ ପଦବୀ ରହିଛି।

ସେହିପରି ରାଜ୍ୟ ସରକାର କେନ୍ଦୁଝର ଓ ବଡବିଲ ସହରରେ ଦୁଇଟି ଟ୍ରାଫିକ ପୋଲିସ ଷ୍ଟେସନ ମଧ୍ୟ ସୃଷ୍ଟି କରିଛନ୍ତି। ଏଥିପାଇଁ ୨୪ଟି ନୂତନ ପଦବୀ ମଂଜୁର କରାଯାଇଛି। ଏହି ୨ଟି ଟ୍ରାଫିକ ପୋଲିସ ଷ୍ଟେସନ ପାଇଁ ସୃଷ୍ଟି ହୋଇଥିବା ୨୪ଟି ପଦବୀ ମଧ୍ୟରେ ୨ଟି ଇନ୍‌ସପେକ୍ଟର, ୬ଟି ଏଏସ୍ଆଇ ଓ ୧୬ଟି କନେଷ୍ଟବଳ ପଦବୀ ରହିଛି।

Recent Post

Live Cricket Update

You May Like This