ବନ୍ୟପ୍ରାଣୀ ମାରିଲେ ୬ ଲକ୍ଷ
ବନ୍ୟପ୍ରାଣୀଙ୍କ ଦ୍ବାରା ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି।
ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁ ଘଟିଲେ ମିଳିବ ୬ ଲକ୍ଷ ଟଙ୍କା।
ଅନୁକମ୍ପା ରାଶି ୪ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବନ୍ୟପ୍ରାଣୀ ଆକ୍ରମଣରେ ଗୁରୁତର ଆହତଙ୍କ ପ୍ରତି ବି ସହାୟତା ବୃଦ୍ଧି। ୬୦%ରୁ ଅଧିକ ଅକ୍ଷମତା କ୍ଷେତ୍ରରେ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ୬୦%ରୁ କମ୍ ଅକ୍ଷମତା କ୍ଷେତ୍ରରେ ସହାୟତା ମିଳିବ ଦେଢ଼ଲକ୍ଷ ଟଙ୍କା। ଗାଈ, ମଇଁଷି, ବଳଦଙ୍କ ମୃତ୍ୟୁ ପାଇଁ ବି ସହାୟତା ରାଶି ବୃଦ୍ଧି । ଗାଈ, ମଇଁଷିର ମୃତ୍ୟୁ ହେଲେ ମିଳିବ ୩୭ ହଜାର ୫୦୦ ଟଙ୍କା। ବଳଦ ମୃତ୍ୟୁ ପାଇଁ ୩୨ ହଜାର, ବାଛୁରୀ ପାଇଁ ୫ ହଜାର ମିଳିବ । ଛେଳି ମେଣ୍ଢାଙ୍କ ପାଇଁ ୪ ହଜାର, ଛେଳିମେଣ୍ଢା ଛୁଆ ମୃତ୍ୟୁ ପାଇଁ ୧୫୦୦।