ଠିକାସଂସ୍ଥା କତୃପକ୍ଷଙ୍କ ବନ୍ଦ କୋଠରିରୁ ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ

ଠିକାସଂସ୍ଥା କତୃପକ୍ଷଙ୍କ ବନ୍ଦ କୋଠରିରୁ ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ

ଠିକା କର୍ମଚାରୀଙ୍କ ବନ୍ଦ କୋଠରୀରୁ ମୃତଦେହ ଉଦ୍ଧାର , ମୃତ୍ୟୁ ର କାରଣ ଅସ୍ପଷ୍ଟ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏଚ.ଡି.ଏଫ. ସି ବ୍ୟାଙ୍କ ପଛପଟ ଅଗ୍ରୱାଲ ଆପାଟମେଂଟ ତୃତୀୟ ମହଲା ଏକ ବନ୍ଦ କୋଠରୀରୁ ଭି.କେ.ଏସ ମାଇନିଂ ଡ୍ରିଲିଂ କଣ୍ଟ୍ରାକ୍ଟର ରୂପେଶ ମହେନ୍ଦ୍ରନ ନାମକ ବ୍ୟକ୍ତିର ମୃତ ଦେହ ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ଘର ଛତିଶଗଡ଼ ଅଂଚଳର ଭିଲାଇ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ ରୂପେଶ ଜଣେ କଣ୍ଟ୍ରାକ୍ଟର ଭାବେ ଭି.କେ.ଏସ କମ୍ପାନୀରେ ଠିକା କାମ କରିବାସୁଥିଲେ । ଉକ୍ତ କୋଠରୀରେ ପରିବାର ସହିତ ରହି ଆସୁଥିଲେ । ସ୍କୁଲ ଛୁଟି ଥିବା ଯୋଗୁଁ ଆଜକୁ ପ୍ରାୟ ୧୫ ଦିନ ହେବ ତାଙ୍କ ସ୍ତ୍ରୀ ନିଜ ଘର ଛତିଶଗଡ଼ ସ୍ଥିତ ଭିଲାଇ ଯାଇଥିବା ଜଣାପଡିଛି । ଗତ ସୋମବାର ଠାରୁ ତାଙ୍କର କର୍ମଚାରୀ ମାନେ ଫୋନ କରୁଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ସନ୍ଦେହ ହେବାରୁ ଆଜି ବୁଧବାର ଅପରାନ୍ହରେ କର୍ମଚାରୀ ମାନେ ପହଂଚି କବାଟ ଭିତର ପଟୁ ବନ୍ଦ ଥିବା ଦେଖି ବାହାରୁ କବାଟକୁ ହଲେଇ ଦେବାରୁ କବାଟ ଖୋଲି ଯାଇଥିଲା । ଭିତରେ ଯାଇ ରୂପେଶଙ୍କ ମୃତ ଶରୀର ପାଇଖାନା କମଡ଼ ଓ କାନ୍ଥ ମଝିରେ ଚାପି ହୋଇ ରହିଥିଲା । ଫଳରେ ସେ ଉଠି ନପାରି ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଯୋଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବଦ କରିବା ସହିତ ତଦନ୍ତ ଜାରି ରଖିଛି । ପରିବାର ଲୋକ ପହଞ୍ଚିବା ପରେ ପରେ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଯିବ ବୋଲି ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Recent Post

Live Cricket Update

You May Like This