(ଟାଇମ୍ସ ଗୁଲୁକୁଳ ର ଏଗାର ତମ ବାର୍ଷିକ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =3/5/23
ଜଗତସିଂହପୁର ତରଡ଼ାପଡା ସ୍ଥିତ ଟାଇମ୍ସ ଗୁରୁକୁଳ ର ଏଗାର ତମ ବାର୍ଷିକ ଉଛବ ତରଡ଼ାପଡା ଆଇ ଟି ଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି |ବିଶିଷ୍ଟ ନାଟ୍ୟକାର ଅଭୟ କୁମାର ଦାସ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଆଦ୍ୟାତ୍ମିକ ଗୁରୁ ବୀରେନ୍ଦ୍ର କୁମାର ପଣ୍ଡା ପ୍ରଦୀପ ପ୍ରଯ୍ୟଳନ କରି ଏହି ବାର୍ଷିକ ଉଛବ ଙ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |ଶିକ୍ଷକ ସରୋଜ କୁମାର ଦିବେଦୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଟାଇମ୍ସ ଗୁରୁକୁଳ ର ଅଧକ୍ଷା ସୌଦାମିନୀ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ | ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ |ସଂମ୍ମାନିତ ଅତିଥିଭାବେ ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର | ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ପିତା ମାତା ଗୁରୁଜନ ମନକୁ ଭକ୍ତି ଓ ଶ୍ରଦ୍ଧା କଲେ ତାହା ପିଲା ମାନଙ୍କ ପାଈଁ ଈଶ୍ୱର ଙ୍କ ଆଶର୍ବାଦ ସ୍ୱରୂପ କାର୍ଯ୍ୟ କରେ ଭବିଷ୍ୟତ ରେପିଲା ମାନେ ଜଣେ ଜଣେ ସଂସ୍କରୀ ଉତ୍ତମ ଚରିତ୍ର ବାନ ବ୍ୟକ୍ତି ହୁଅନ୍ତି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ | ଟାଇମ୍ସ ଗୁଲୁକୁଳ ପକ୍ଷରୁ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ଶେଷ୍ଟ ଅଭିଭାବକ, ଶୃଙ୍ଖଳିତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ପରେ ବିଭିନ୍ନ ଶିକ୍ଷା,କ୍ରୀଡା, ନୁର୍ତ୍ୟ ଆଦି ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ |ଶେଷରେ ତରଡ଼ାପଡା ଆଇ ଟି ଆଇ ର ନିର୍ଦେଶକ ରଶ୍ମି ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାରିବେଷିତ ହୋଇଥିଲା |ଏହାକୁ ଉପସ୍ଥିତ ସମସ୍ତ ଜନ ସାଧାରଣ ଉପଭୋଗ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ