ସନ୍ଥପଡ଼ା ରେ ବାବା ହରିହର ଦେବ ଙ୍କ 14ତମ ଜନ୍ମବାର୍ଷିକୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମରେ ଶ୍ରୀଶ୍ରୀ ବାବା ହରିହର ଦେବଙ୍କ 14ତମ ଜନ୍ମବାର୍ଷିକୀ ଉତ୍ସବ ମହାସ ମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମଙ୍ଗଳା ଆଳତି ଓ ମାଜଣା, ସୂର୍ଯ୍ୟପୂଜା, ଷୋଡଷ ଉପଚାର ପୂଜା, ମଣ୍ଡଳ ପୂଜା ଓ ଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ୨୦୦୦ରୁ ଉର୍ଦ୍ଧ୍ବ ଭକ୍ତମାନେ ପ୍ରସାଦସେବନ କରିଥିଲେ। ପୂଜକ ବିଜୟ ପଣ୍ଡା ଓ ବିଘ୍ନ ରାଜ ମିଶ୍ର , କର୍ତା ସନା ସାମଲ ଙ୍କ ଦ୍ବାରା ପୂଜାକାର୍ଯ୍ୟ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନ୍ଥପଡ଼ା ସରପଞ୍ଚ ସହଦେବ ସାହୁ ଉପସ୍ଥିତ ଥିଲେ । ସଭାପତି ଉଛବ ସାମଲ , ସଂପାଦକ ଜଗବନ୍ଧୁ ସାମଲ, ଜର୍ମାନୀ ସାମଲ ଙ୍କ ସହିତ କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇଥିଲେ ।
ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l JBN NEWS