କ୍ରେମଲିନ୍‌ରେ ଡ୍ରୋନ୍ ଆଟାକ ପରେ ୟୁକ୍ରେନ୍‌ରେ ମୃତ୍ୟୁର ତାଣ୍ଡବ ରଚିଲା ଋଷ

କ୍ରେମଲିନ୍‌ରେ ଡ୍ରୋନ୍ ଆଟାକ ପରେ ୟୁକ୍ରେନ୍‌ରେ ମୃତ୍ୟୁର ତାଣ୍ଡବ ରଚିଲା ଋଷ

ରାଗିଲେ ପୁଟିନ୍‌ । ଏଥର ଆଉ ନିସ୍ତାର ନାହିଁ ! ୟୁକ୍ରେନ୍‌ରେ ଯାହାକୁ ଦେଖିଲେ ତାକୁ ମାର କହିଲେ ! ତାଙ୍କ ଘର ଉପରେ ବାରମ୍ବାର ଡ୍ରୋନ୍ ଆଟାକ୍‌ ସହ ତାଙ୍କୁ ହତ୍ୟା ଉଦ୍ୟମ କରାଯାଉଥିବାରୁ ଏବେ ଭୀଷଣ ରାଗି ଯାଇଛନ୍ତି ପୁଟିନ୍‌ । ଏହି ସବୁ ଆକ୍ରମଣ ପଛରେ ୟୁକ୍ରେନ୍‌ର ହାତ ଥିବା ସନ୍ଦେହ କରି ସେ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଯାହାଫଳରେ ପୁଟିନ୍‌ ସେନା ଏବେ ରକ୍ତମୁଖା ପାଲଟିଛି । ଗତକାଲି ପୁଟିନ୍‌ଙ୍କ ବାସଭବନ କ୍ରେମ୍‌ଲିନ୍‌ ଗମ୍ବୁଜ ଉପରେ ଡ୍ରୋନ୍ ବିସ୍ଫୋରଣ ପରେ, ପୁଟିନ୍‌ ସେନା ଖେରସନ୍‌ରେ ତାଣ୍ଡବ ରଚିଛି ।*

*ଋଷ ପକ୍ଷରୁ ଖେରସନ୍‌ ସହରର ବିଭିନ୍ନ ସ୍ଥାନରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଗୋଟିଏ ସୁପର ମାର୍କେଟ, ରେଲୱେ ଷ୍ଟେସନ୍‌ ଓ କିଛି ସାଧାରଣ ଲୋକଙ୍କ ଉପରେ ଋଷ ସେନା ଆଖିବୁଜା ଗୁଳି ଚଳାଇଛି । ଯେଉଁଥିରେ ଏବେ ସୁଦ୍ଧା ୨୧ ଜଣଙ୍କ ଜୀବନ ଯାଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପ୍ରାୟ ୪୮ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସ୍ଥାନୀୟ କିଭ୍‌ ପୋଷ୍ଟ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ଖାଲି ସେତିକି ନୁହେଁ, ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସହରରେ ଦୁଇଟି ଭୟଙ୍କର ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି ।

Recent Post

Live Cricket Update

You May Like This