ନାଲକୋ ନଗର ରେ ସି.ଆଇ.ଏସ.ଏଫ ର ଶାରୀରିକ ପରୀକ୍ଷା ଦେବାକୁ ଆସି ଯୁବକର ମୃତ

ନାଲକୋ ନଗର ରେ ସି.ଆଇ.ଏସ.ଏଫ ର ଶାରୀରିକ ପରୀକ୍ଷା ଦେବାକୁ ଆସି ଯୁବକର ମୃତ

ଅନୁଗୋଳ ଜିଲ୍ଲା ନାଲକୋ ନଗର ଠାରେ ଚାଲିଥିବା ଷ୍ଟାପ ସିଲେକ୍ସନ କମିଶନ ଅଧୀନରେ ଚାଲୁ ରହିଥିବା ସି.ଆଇ.ଏସ.ଏଫ ର ଶାରୀରିକ ପରୀକ୍ଷା ସମୟରେ ସକାଳ ୯.୩୦ ମିନିଟ ରେ ଦୌଡୁଥିବା ସମୟରେ ଶେଷ ମୁହୂର୍ତ ରେ ହଠାତ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ପୁରୁଷୋତମ ସାହୁ ବୟସ -୨୨ , ପିତା- ଡାକ୍ତର ସାହୁ ଓ ତାଙ୍କ ଘର ବରଗଡ଼ ଜିଲ୍ଲା, ଶରଧାପାଳି ଥାନା ଅଞ୍ଚଳରେ ବୋଲି ଜଣା ପଡିଛି | ଏଠାରେ ସୂଚନା ଥାଉ କି ପୁରୁଷୋତମ ସାହୁ ଦୌଡୁଥିବା ସମୟରେ ହଠାତ ତାଙ୍କର ହୃଦ ସ୍ପନ୍ଦନ ବଢି ଯାଇଥିଲା ଓ ସଙ୍ଗେ ସଙ୍ଗେ ନାଲକୋ ସି.ଆଇ.ଏସ.ଏଫ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟ ଘୋଷଣା କରିଥିଲେ, ତେବେ ଆସନ୍ତା କାଲି ପରିବାର ଲୋକେ ଆସିବା ପରେ ଶବ ବ୍ୟବଚ୍ଛେଦ ହୋଇ ତାଙ୍କୁ ହସ୍ତାନ୍ତର କରାଯିବ |

Recent Post

Live Cricket Update

You May Like This