ନାତିଡି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ କର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ନାତିଡ଼ି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆବାହନ କାଳ ରୁ ବୈଶାଖ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ରେ ନାତିଡି ଗ୍ରାମବାସୀ ମାନେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ପାଳନ କରି ଆସୁଛନ୍ତି । ଏହି ବିଶ୍ୱଶାନ୍ତି ମହାଯଜ୍ଞ ରେ ପ୍ରାତଃ କଳସ ଯାତ୍ରା , ହୋମ ଯଜ୍ଞ ସହ ମହାମନ୍ତ୍ର ପାଠ କରି ସମସ୍ତ ଦେବାଦେବୀ କୁ ଆବାହନ କରାଯାଇଥିଲା । ବିଶ୍ୱଶାନ୍ତି ମହାଯଜ୍ଞ ଆଳତୀ ସରିବା ପରେ ରାଧାକୃଷ୍ଣ ଙ୍କ ବିମାନ କୁ ଗ୍ରାମ ପରିକ୍ରମା କରାଯାଇଥିଲା । ମନୋରଞ୍ଜନ ପାଇଁ ଗ୍ରାମ କମିଟି ପକ୍ଷରୁ ରାତ୍ରି ୧୦ ଘଟିକା ସମୟରେ ବାଦ ଦଣ୍ଡ ନୃତ୍ୟ ହେମଶରପଡା ଓ କାଣ୍ଡସର ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା। ଏହି ମନୋରଞ୍ଜନ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଢେଙ୍କାନାଳ ସଂଯୁକ୍ତ ସମବାୟ ବ୍ୟାଙ୍କ ଲି. ଜିଲ୍ଲା ସଭାପତି ସନ୍ତୋଷ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ଜିଲ୍ଲା ଉପ-ସଭାପତି ଲିପୁନା ଭୁକ୍ତା, ଜନତା ଦଳ ଜିଲ୍ଲା ଜିଲ୍ଲା ଉପ-ସଭାପତି ଦିଲ୍ଲୀପ ପ୍ରଧାନ, କର୍ଣ୍ଣପୁର ପଞ୍ଚାୟତ ସରପଞ୍ଚ ପାର୍ଥି ପ୍ରଧାନ, ସମିତି ସଭ୍ୟ ପ୍ରଦୀପ ବେହେରା, ବଡ଼ଜୋରୋଡା ସରପଞ୍ଚ , ନାତିଡି ଗ୍ରାମ ସଭାପତି ଶଶାଙ୍କ ଶେଖର ସାମଲ, ସମ୍ପାଦକ ପ୍ରେମାନଦ ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆନୁଷ୍ଠାନିକ ଭାବେ ସଂଯୁକ୍ତ ସମବାୟ ବ୍ୟାଙ୍କ ଲି. ଜିଲ୍ଲା ସଭାପତି ସନ୍ତୋଷ ପ୍ରଧାନ ଉଦ୍ଘାଟନ କରିଥିଲେ । ସମସ୍ତ ଅତିଥି ବୃନ୍ଦଙ୍କୁ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲେ । ଗ୍ରାମର ଯୁବ ଗୋଷ୍ଠୀ , ଗ୍ରାମବାସୀ ଓ ସୁରକ୍ଷା ଦୃଷ୍ଟିରୁ ବିକ୍ରମପୁର ପୋଲିସ ପକ୍ଷରୁ ଏହି ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା କରିଥିଲେ ।