ମହାସମାରୋହରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଛି

ମହାସମାରୋହରେ ଶ୍ରୀମଦ୍ ଭାଗବତ ସପ୍ତାହ ଅନୁଷ୍ଠିତ ହେଉଛି

ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ନାଉବାଙ୍କ ସ୍ଥିତ ପାତ୍ର ସାହିର ଶ୍ରୀ ଶ୍ରୀ ଜଗନ୍ନାଥ ଭାଗବତ ପ୍ରଚାର ସମିତିର ବାର୍ଷିକ ଭାଗବତ ସପ୍ତାହ ମହାସମାରୋହରେ ପାଳିତ ହେଉଅଛି । ପ୍ରଥମ ଦିନରେ କଳସ ଯାତ୍ରା, ନଦୀରୁ ପବିତ୍ର ଜଳସଗ୍ରହ ,ଘଟସ୍ଥାପନ, ଭାଗବତ ପାରାୟଣ ଶୁଭାରମ୍ଭ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟକ ଗୋ ପୂଜନ ,ସ୍ବର୍ଯ୍ୟପୁଜା , ସଂଧ୍ୟାରେ ନାମ ସଂକୀର୍ତ୍ତନ ଏବଂ ଶାସ୍ତ୍ର ବିଶାରଦ ଜ୍ୟୋତିବିଦ ପଣ୍ଡିତ ବସନ୍ତ କୁମାର ନାୟକଙ୍କ ଦ୍ବାରା ପ୍ରବଚନ ଅନୁଷ୍ଠିତ ହୋଇଥିଲା । ଦ୍ଵିତୀୟ ଦିନରେ ଭାଗବତ ତତ୍ବ ବିଶାରଦ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଭାରତ ଚନ୍ଦ୍ର ନାୟକ, ତୃତୀୟ ଦିନରେ ପରିବ୍ରଜକ , ମାଳିକା ବିଶାରଦ ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖଙ୍କ ଦ୍ଵାରା ପ୍ରବଚନ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ପାତ୍ର ସାହିର ଜଗନ୍ନାଥ ଭାଗବତ ପ୍ରଚାର ସମିତିର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update

You May Like This