ବାଇକ୍ ଧକ୍କା ରେ ଜଣେ ମୃତ

ବାଇକ୍ ଧକ୍କା ରେ ଜଣେ ମୃତ

ଅନୁଗୋଳ ଜିଲ୍ଲା ବିମଳବେଡା ଗ୍ରାମରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଯେ, ବାଲିପଟା ଅଞ୍ଚଳର ଜଣେ ବ୍ୟକ୍ତି ଙ୍କୁ ସାପ କାମୁଡ଼ା ଥିବା ରୁ ବାଇକ୍ ଯୋଗେ ଜଣ ଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ଆସୁଥିବା ବେଳେ ଗତ କାଲି ରାତ୍ର ୯ ଘଟିକା ସମୟରେ ବିମଳବେଡା ଗ୍ରାମର ମୁକୁନ୍ଦ ବେହେରା ଙ୍କ ପୁଅ ଭିକାରୀ ବେହେରା ପୋଖରି ରୁ ଗାଧୋଇ ଫେରୁଥିବା ବେଳେ ସେହି ବାଇକ୍ ସହ ଧକ୍କା ହୋଇଥିଲା। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ପଥଚାରୀ ଭିକାରୀ ବେହେରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ବାଇକ୍ ଆରୋହୀ ଙ୍କ ଭିତରୁ ଜନଙ୍କର ଅବସ୍ଥା ଅଧିକ ଗୁରୁତ୍ତର ହେବାରୁ ତାଙ୍କୁ କଟକ ଚିକିତ୍ସାଳୟ କୁ ପଠେଇ ଦିଆଯାଇଛି। ଅନ୍ୟ ଜଣଙ୍କ ଅବସ୍ଥା ସୁସ୍ଥ ଥିବା ଜଣା ପଡିଛି। ଏ ପଟେ ଭିକାରୀ ବେହେରାଙ୍କ ମୃତ୍ୟୁଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ଜଣାପଡ଼ିଛି ।

Recent Post

Live Cricket Update