ସରକାରୀ ଅବହେଳା ବିରୁଦ୍ଧରେ ମହମ ବତୀ
ଜାଳି ପ୍ରତିବାଦ କଲେ ଓଏଚପିସି, ଗ୍ରୀଡ଼କୋ,
ଟିପିଏନଓଡିଏଲ, ଓ ଟିପିଡବଲ୍ୟୁଡିଏଲ
କର୍ମଚାରି
ବ୍ରହ୍ମପୁର..ବିଦ୍ୟୁତ ବିଭାଗର ସମସ୍ତ ଇଞ୍ଜିନିୟର, କର୍ମୀ ଗ୍ରୀଷ୍ମ, ବର୍ଷା କୁ ଖାତିରି ନ କରିନିଜ ଗ୍ରାହକଙ୍କୁ ନିରନ୍ତର ସେବା ଦେଇ ଆସୁଛନ୍ତି. ଏହି କର୍ମଚାରିଙ୍କ ପ୍ରତି ସରକାରଙ୍କ
ଅବହେଳା ଆଗାମୀ ଦିନରେ ବିଦ୍ୟୁତ ଗ୍ରାହକ
ନିରନ୍ତର ସେବା ପାଇବାରେ ବଞ୍ଚିତ ହେବେ କି?ଓଡିଶା ରାଜ୍ୟ କୁ ବାଦ ଦେଲେ ଭାରତ
ବର୍ଷର ଅନ୍ୟ ରାଜ୍ୟ ଗୁଡିକ ବିଦ୍ୟୁତ ଇଞ୍ଜିନିୟର ଓ କର୍ମଚାରି ମାନଙ୍କୁ ମାନ୍ୟତା
ସ୍ୱରୂପ,ସରକାରୀ କର୍ମଚାରି ଙ୍କ ଠାରୁ ଉଚ୍ଚ
ବେତନ ଦରମା ହର,୪ଟି ସମୟ ଭିର୍ତ୍ତିକ
ବେତନ, ଜରୁରୀ କାଳୀନ ଭର୍ତ୍ତା ଓ ପ୍ରତି ୪ ଓ
୫ ବର୍ଷରେ ବେତନ ସଂଶୋଧନ ଇତ୍ୟାଦି
ସୁବିଧା ମିଳି ଆସୁଅଛି. କିନ୍ତୁ ଓଡିଶା ବିଦ୍ୟୁତ
କର୍ମଚାରି ମାନେ ଏହି ସବୁ ସୁବିଧାରୁ ବଞ୍ଚିତ.
ଏହିପରି କି( ଓ ଏସ ଇ ବି ଓ )ପରବର୍ତ୍ତୀ କାଳରେ ସୃଷ୍ଟି କରିଥିବା ବିଦ୍ୟୁତ ନିଗମରେ ୫
ବର୍ଷିଆ ବେତନ ସଂଶୋଧନ ପକ୍ରିୟା ରୁ ମଧ୍ୟ
ବଞ୍ଚିତ.ସରକାରୀ ବିଭାଗରେ ପଦଉର୍ନତି ପାଇଁ ୨୦୨୧ ରୁ ହୋଇଥିବା କ୍ୟାଡର ପୁନଃ ଗଠନ
ପକ୍ରିୟାରୁ ବଞ୍ଚିତ କରାଯାଇଛି.ଏହି ସବୁ ସରକାରୀ ସୁବିଧା ହାସଲ ପାଇଁ ୩/୫/୨୩ ଠାରୁ ୯/୬/୨୩ ପର୍ଯ୍ୟନ୍ତ ସନ୍ଧ୍ୟା ସମୟରେ ଏକ ଘଣ୍ଟା କଳା ବ୍ୟାଚ ପିନ୍ଧିବା ସହ ମହମ
ବତୀ ଜାଳି ପ୍ରତିବାଦ କରୁଛନ୍ତି ।