ଅଗ୍ନିକାଣ୍ଡରେ ୩ବଖରା ଘର ଭସ୍ମୀଭୂତ ସହାୟତା ହାତ ବଢାଇଲେ ଯୁବ ସମାଜ ସେବୀ ହିମାଂଶୁ ମହାନ୍ତି

ଅଗ୍ନିକାଣ୍ଡରେ ୩ବଖରା ଘର ଭସ୍ମୀଭୂତ ସହାୟତା ହାତ ବଢାଇଲେ ଯୁବ ସମାଜ ସେବୀ ହିମାଂଶୁ ମହାନ୍ତି।

କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ୍ ଅନ୍ତର୍ଗତ କରଞ୍ଜି ଗ୍ରାମ ପଞ୍ଚୟାତ ହଳଡାପାଳ ଗ୍ରାମ ରେ ମଂଗଳବାର ଦିନ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି। ଘଟଣା ରୁ ପ୍ରକାଶ ଯେ ଘରେ କେହି ନଥିବା ସମୟରେ ଘରେ ନିଆଁ ଲାଗିଯାଇଥିଲା। ଯାହା ଫଳରେ ଘରେ ଥିବା ସମସ୍ତ ଆସବ ପତ୍ର ସହ ଜରୁରୀ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି। ଯାହା ଫଳରେ ପରିବାର ସଦସ୍ୟ ଖୋଲା ଆକାଶ ତଳେ ଶୀତ କାକରରେ ରାତି କାଟୁଥିବା ବେଳେ ଟାଙ୍ଗୀ ସାଲେପୁର ର ଯୁବ ସମାଜ ସେବୀ ହିମାଂଶୁ ମହାନ୍ତି, ପୂର୍ବତନ ସମିତି ସଭ୍ୟ ଦେବାଶିଷ ମଲ୍ଲିକ, ନିହାର ରଞ୍ଜନ ମଲ୍ଲିକ, ଅଶୋକ ବାଇ, ପ୍ରଶାନ୍ତ କୁମାର ସାହୁ, ବିପିନ ବେହେରା, କୃପାସିନ୍ଧୁ ପରିଡା ପ୍ରମୁଖ ପହିଁଚି ଖାଦ୍ୟ ସାମଗ୍ରୀ ସହ ,କମଳ, ଜରି ପାଲ ସହ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତୁରନ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରାଇ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଚୌଦ୍ୱାର ରୁ ପବିତ୍ର କୁମାର ମହାନ୍ତି ଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନୀୟୂଜ୍।

Recent Post

Live Cricket Update