ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ
ଅନୁଗୋଳ ସହର ର ସ୍ଥାନୀୟ ରାଜଲକ୍ଷ୍ମୀ ହୋଟେଲ ଠାରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଆଜି ସନ୍ଧ୍ୟା ୬.୩୦ ମିନିଟ ସମୟ ରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଯେ, ରାଷ୍ଟ୍ରୀୟ ସଂଯୋଯକ ଅଖୟ କୁମାର୍, ରାଜ୍ଯ ସଂଯୋଯକ ଶେଷ ଦେବ ନନ୍ଦ, ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ନିମେଇ ରାୟ, ଅନୁଗୋଳ ଜିଲ୍ଲା ର ସଂଯୋଜକ ଶ୍ରୀ ନିବାସ ସାହୁ, ଉପଦେଷ୍ଟା ରଞ୍ଜିତ ପଟ୍ଟନାୟକ, ମୁନା ପଟ୍ଟନାୟକ, ପାଦରବିନ୍ଧ ଦାସ ଏହି ସାମ୍ୱାଦିକ ସମ୍ମିଳନୀ ରେ ଉପସ୍ଥିତ ରହିଥିଲେ। ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ, ଦେଶ ବଞ୍ଚାଅ ନାର ରେ ଆଜି ସାମ୍ୱାଦିକ ସମ୍ମିଳନୀ କମ୍ପି ଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ନବ ନିର୍ମାଣ କୃଷକ ସଂଗଠନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ଥିଲେ।