କଳିଙ୍ଗ ବିଦ୍ୟାପୀଠ ଶ୍ରେଣୀଗୃହ ବିନା ନଥିପତ୍ର ରେ ତଦନ୍ତ

କଳିଙ୍ଗ ବିଦ୍ୟାପୀଠ ଶ୍ରେଣୀଗୃହ ବିନା ନଥିପତ୍ର ରେ ତଦନ୍ତ।

କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ସ୍ଥିତ ୧୮ନମ୍ବର ୱାର୍ଡ ରେ ଅବସ୍ଥିତ କଳିଙ୍ଗ ବିଦ୍ୟାପୀଠରେ ଏକ ଅବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। କଳିଙ୍ଗ ବିଦ୍ୟାପୀଠ ଶ୍ରେଣୀଗୃହ ମରାମତି ର କାର୍ଯ୍ୟକୁ ନେଇ ସୂଚନା ଅଧିକାରୀ କର୍ମୀ ମନୋଜ କୁମାର ସାହୁ ତା ୦୨.୦୧.୨୦୨୩ ରିଖ ଆବେଦନ ଉପରେ ବ୍ଲକ ର ବି. ଡି. ଓ. ତା ୨୬.୦୪.୨୦୨୩ ରିଖ ରେ କଳିଙ୍ଗ ବିଦ୍ୟାପୀଠ ର ମରାମତି ଜନିତ ୧୭ ଲକ୍ଷ ଟଙ୍କା କାମକୁ ବୁଝାଇବାକୁ ସେ ମାନସ କର ଓ ତାଙ୍କ ସହାୟତା କରିବା ପାଇଁ ସସ୍ମିତା ସାହୁଙ୍କୁ ଲିଖିତ ନିର୍ଦ୍ଦେଶ ଚିଠି ନମ୍ବର ୧୬୨୨ ରେ ଦେଇଥଲେ ଏହା ସହିତ ସମସ୍ତ ନଥି ପତ୍ର ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତଦନ୍ତ କରିବାକୁ ଆସିଥିବା ଶ୍ରୀ କର ଓ ପୂର୍ବରୁ ଏହି କାର୍ଯ୍ୟରେ ଜେ.ଇ ଦାୟିତ୍ଵ ରେ ଥିବା ସ୍ମମିତା ମାଡମ୍ କୌଣସି ନଥି ପତ୍ର ଆଣି ନ ଥିବାର ଦେଖିବାକୁ ମିଳିଥିଲା । ତଦନ୍ତକାରୀଙ୍କୁ ୧୨ ଦିନ ପୂର୍ବରୁ ଚିଠି ମିଳିଥିଲେ ମଧ୍ୟ ଯାଞ୍ଚ ସମୟ ରେ କୌଣସି ଡକ୍ୟୁମେଣ୍ଟ ନ ଥିଲା। ଏପରିକି ଗଣମାଧ୍ୟମକୁ ବାରଣ କରିଥିଲେ। ମାଡମ୍ ସସ୍ମିତା ବିରକ୍ତି ମନୋଭାବ ପ୍ରକାଶ କରି କହିଥିଲେ ବି.ଡି.ଓ ମୋତେ ଯେତିକି କହିଛନ୍ତି ମୁଁ ସେତିକି କହିବି କୌଣସି ତଥ୍ୟ ଦେଇପାରିବି ନାହିଁ । ଏହି ତଦନ୍ତରେ ସୂଚନା ଅଧିକାରୀ କର୍ମୀ ଶ୍ରୀ ମନୋଜ ସାହୁ ଅସନ୍ତୁଷ୍ଟ ପ୍ରକାଶ କରି ଆଗାମି ଦିନରେ ସେ ଲୋକାୟୁକ୍ତ କୁ ଯିବେ ବୋଲି ଗଣମାଧ୍ୟମଙ୍କ ଆଗରେ ପ୍ରକାଶ କରିଥିଲା।

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ ।

Recent Post

Live Cricket Update

You May Like This