ଭାରତୀୟ ବେରୋଜଗାର ମୋର୍ଚା ତରଫରୁ କଟକରେ ବିଶାଳ ସମାବେଶ

ଭାରତୀୟ ବେରୋଜଗାର ମୋର୍ଚା ତରଫରୁ କଟକରେ ବିଶାଳ ସମାବେଶ

ସ୍ଥାନ କଟକ

ତାରିଖ 07/05/23

କଟକରୁ ପ୍ରଦୀପ୍ତ କୁମାର ଘଡେ଼ଇ ଙ୍କ ରିପୋର୍ଟ :

ସ୍ୱାଧୀନତାର 75 ବର୍ଷ ମଧ୍ୟରେ ଭାରତ ଦେଶ ପ୍ରଗତି
ଆଡ କୁ କମ୍ ଏବଂ ଅବନତି ଆଡ କୁ ବେଶୀ ଗତି
କରୁଥିବା ପରିଲକ୍ଷିତ ହେଉଅଛି। ଭାରତର ପରିଚୟ
ବର୍ତ୍ତମାନ ବେରୋଜଗାର ମାନଙ୍କ ଦେଶ ରେ ପରିଣତି
ହୋଇଛି। ପ୍ରାୟ 35 କୋଟିରୁ ଅଧିକ ଯୁବକ ବର୍ତ୍ତମାନ ବେରୋଜଗାର ସମସ୍ୟା ପରିସରଭୁକ୍ତ ହୋଇ ସାରି
ଛନ୍ତି। ବିଜେପି, ହେଉ କଂଗ୍ରେସ ବା ବିଜେଡି ସେମାନଂକ
ଖରାପ ନୀତି ଯୋଗୁଁ ଦେଶ ତଥା ରାଜ୍ଯରେ ବେରୋଜଗାର
ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାକୁ ରୋକିବା ପାଇଁ
କୌଣସି ପ୍ରକାର ର ଯୋଜନା କରାଯାଉନାହିଁ। ସେଥି ପାଇଁ
ଯୁବକ ମାନେ ନିରାଶ ହୋଇ ଆତ୍ମହତ୍ୟା କରୁଛନ୍ତି। ଆଜିର
ଦିନରେ ବେରୋଜଗାର ଏକ ରାଷ୍ଟ୍ରୀୟ ସମସ୍ୟା ପାଲଟିଛି।
ଏହି ସମାରୋହ ମାଧ୍ୟମରେ ବେରୋଜଗାର ଙ୍କ ସାଂସଦ
ନାମକ କାର୍ଯ୍ୟକ୍ରମ ସାରା ଦେଶରେ ଆୟୋଜନ କରାଯାଉଛି। ଏହି ସମାରୋହ ମାଧ୍ୟମରେ ଦେଶର
ଲକ୍ଷ୍ୟ ଲକ୍ଷ କୋଟି କୋଟି ଯୁବକଙ୍କ ସ୍ଵର ଜନସାଧାରଣ ନିକଟରେ ପହଂଚି ବା ସହିତ ସେମାନଂକ ସମସ୍ୟା ର ସମାଧାନ ପାଇଁ ସରକାରଙ୍କ ଉପରେ ଚାପ ସ୍ରୁଷ୍ଟି କରାଯିବ।
ଆଜି ଏକ ମୋଟର ସାଇକେଲ ରାଲି ବାଦାମବାଡ଼ି ରୁ
କଳା ବିକାଶ କେନ୍ଦ୍ର ରେ ଆୟୋଜନ ହୋଇଥିଲା।
ଏହି ସଭାରେ ଜଗଦୀଶ ଯାଦବ, ଆଡଭୋକେଟ ବିଜଯ
ପ୍ରତାପ ଭାରତୀ, ସୌମ୍ଯ ରଂଜନ ଅଦ୍ୟ,ଆଡଭୋକେଟ
ସେବତୀ ସୋରେନ, କୃଷ୍ନ ଚନ୍ଦ୍ର ନାୟକ, ଦିବ୍ୟ ରଞ୍ଜନ ସାହୁ
ନିରଞ୍ଜନ ନାୟକ ଉପସ୍ଥିତ ଥିଲେ।

Recent Post

Live Cricket Update

You May Like This