ହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ

ହାତୀ ଆକ୍ରମଣରେ ପୁଣି ଗଲା ଆଉ ଜଣେ ମହିଳାଙ୍କ ଜୀବନ

ଚେଇଁ ଶୋଇଛି ବନବିଭାଗ ମୁଣ୍ଡ ପରେ ମୁଣ୍ଡ ଗଡିଚାଲିଛି ଜନସାଧାରଣଙ୍କ ର

ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳରେ ହାତୀ ଜଣେ ମହିଳାଙ୍କୁ ମାରିଛି। ମୃତା ମହିଳା ଜଣ ଙ୍କ ହେଲେ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ । ସୂଚନା ମୁତାବକ, ଆଜି ସକାଳୁ ବିଜୁଳି ଆମ୍ବ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଛି। ବାରମ୍ବାର ହାତୀ ଯୋଗୁ ଜୀବନ ଯାଉଥିବାରୁ ତଳଗଡ଼ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଲୋକ ମାନଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି ବନ ବିଭାଗ। ଶବ କୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହ କୁ ପଠାଇ ଦେଇଛନ୍ତି।

Recent Post

Live Cricket Update