ଚାଳକ ସମେତ ଯୁବତୀ ଗୁରୁତ୍ତର

ଭାରଶ୍ୟାମ ହରାଇ ରାସ୍ତା ତଳକୁ ଓଲଟିଲା ଟେମ୍ପୁ

ଚାଳକ ସମେତ ଯୁବତୀ ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଛକ ନିକଟରେ ଆଜି ଅପରାହ୍ନ ସମୟରେ ଭାରଶ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା ଏକ ଯାତ୍ରୀ ବାହି ଟେମ୍ପୁ ଫଳରେ ଜଣେ ଯୁବତୀ ଗୁରୁତ୍ବର ଆହାତ ହୋଇଛନ୍ତି।ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ ମହୀଧରପୁର ଗ୍ରାମର ନୂଆସାହିର ଜଣେ ଯୁବତୀ ନିଜ ସମ୍ପର୍କୀୟଙ୍କ ସହିତ ଜିନିଷ ପତ୍ର କିଣିବା ପାଇଁ ଅନୁଗୁଳ ଯାଇ ଘରକୁ ଟେମ୍ପୁ ଓଡ଼ି ୧୯ୟୁ ୧୦୫୮ ରେ ନିଜ ଘର ମହୀଧରପୁର କୁ ଫେରୁଥିଲେ।ଫେରିବା ସମୟରେ ଫୁଲପଡା ନିକଟରେ ଦୁର୍ଘଟଣା ଘଟିଥିଲା ଏଥିରେ ଚାଳକ ସହିତ ଯୁବତୀ ଜଣକ ଗୁରୁତ୍ବର ଆହାତ ହୋଇଥିଲେ।ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ମହୀଧରପୁର ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟେମ୍ପୁ ଜବତ କର ତଦନ୍ତ ଆରମ୍ଭ କରିଛି।

Recent Post

Live Cricket Update

You May Like This