ଲାଞ୍ଜିପଲ୍ଲୀ ଫାଣ୍ଡି ନୂତନ ଅଧିକାରୀଙ୍କ ଦାୟିତ୍ବ ଗ୍ରହଣ.
ବ୍ରହ୍ମପୁର,୬/୫/୨୩:: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଫାଣ୍ଡିର ନୂତନ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଏଏସଆଇ ଗିରିଗୋବର୍ଦ୍ଧନ ଜେନା । ଏହା ପୂର୍ବରୁ ଏହି ଫାଣ୍ଡି ଅଧିକାରୀ ଭାବେ ଥିବା ସନ୍ତୋଷ ଶତପଥିଙ୍କ ଏସଆଇ ଭାବେ ପଦୋନ୍ନତି ହୋଇଛି । ସନ୍ତୋଷ ଶତପଥି ବର୍ତ୍ତମାନ ଅନୁଗୁଳ ଜିଲାକୁ ଟ୍ରେନିଂ ପାଇଁ ଯାଇଛନ୍ତି । ବର୍ତମାନ ଗିରି ଗୋବର୍ଦ୍ଧନ ଜେନାଙ୍କୁ ଏହି ଫାଣ୍ଡିର ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ଜେନା ଏହା ପୂର୍ବରୁ ବୈଦ୍ୟନାଥପୁର ଥାନାର ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ ା ଆସନ୍ତାକାଲି ଠାରୁ ଲାଞ୍ଜିପଲ୍ଲୀର ପ୍ରସିଦ୍ଧ ମା’ ତାରାଦେବୀଙ୍କ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଲାଞ୍ଜିପଲ୍ଲୀ ଅଞ୍ଚଳରେ ଶାନ୍ତଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ବହୁ ପଦକ୍ଷେପ ନେବେ ବୋଲି ଶ୍ରୀ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ।