ସିନ୍ଧି ପଦର ଠାରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି

ସିନ୍ଧି ପଦର ଠାରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି.

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଲାଞ୍ଜି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିନ୍ଧିପଦର ଗ୍ରାମରେ ଆଜି ଗୃହେ ଗୃହେ ଗାୟତ୍ରୀ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ଅଞ୍ଚଳର ମହିଳା ଓ ପୁରୁଷ ଭକ୍ତ ଉପଭୋଗ କରିବା ସହିତ ଆଶୀର୍ବାଦ ନେଇଥିଲେ l ଲାଞ୍ଜିଗଡ ବ୍ଲକ ଗାୟତ୍ରୀ ପରିବାର ବ୍ଲକ ସଂଯୋଜକ ଶ୍ରୀ ପରମେଶ୍ୱର ନାଏକ ସହ ସଂଯୋଜକ ଶ୍ରୀ ସୁଶାନ୍ତ ମାଝୀ ଏବଂ ଶାନ୍ତିକୁଞ୍ଜ ହରିଦ୍ୱାରର ବରିଷ୍ଠ ପରିବ୍ରାଜକ ଶ୍ରୀ ଅଶୋକ ପେଣ୍ଟଇ, ସୁଶ୍ରୀ ପୂଣ୍ଣିମା ନାଏକ, ସଂଗୀତା ମାଝୀ, ଯୋଗ ଦେଇଥିବା ବେଳେ ଗ୍ରାମର ମୁଖ୍ୟ ଧହ ମାଝୀ, କୁଞ୍ଜ ମାଝୀ, ଲାକୁନୁ ମାଝୀ, ଦେବେନ୍ଦ୍ର ମାଝୀ, ଗଦ ମାଝୀ ଦଶ୍ରୁ ମାଝୀ, ନବୀନ ମାଝୀ, ଆଦିବାସୀ ନେତୃତ୍ୱ ରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l ଏଥିରେ ଏକ ହଜାର ରୁ ଉର୍ଧ୍ଵ ମହିଲା ଓ ପୁରୁଷ ସମାଗମ ହୋଇଥିଲେ l ଏହି ଯଜ୍ଞରେ ପଚିଶ ରୁ ଉର୍ଦ୍ଧ ଗୃହ ରେ ଦେବ ସ୍ଥାପନ କାର୍ଯ୍ୟକ୍ରମ ହୋଇଯାଇଛି.
ଏହି ଯଜ୍ଞ ରେ ଗ୍ରାମର ସମସ୍ତ ଲୋକ ସାହାଯ୍ୟ ସହଯୋଗ କରିଥିବା ବେଳେ ଗାଁରେ ଭକ୍ତି ମୟ ପରିବେଶ ସୃଷ୍ଟି ହେଇଥିଲା କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

Recent Post

Live Cricket Update

You May Like This