ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କ 128ତମ ଜୟନ୍ତୀ ପାଳିତ
ଜଗତସିଂହପୁର
ତା =8/5/23
ଧୂଳି ମାଟିର ସନ୍ଥ, ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କ 128ତମ ଜୟନ୍ତୀ ଓ ଆଲୋଚନା ଚକ୍ର ତରଡ଼ାପଡା ଆଇ ଟି ଆଇ ପରିସରରେ ପାଳିତ ହୋଇଯାଇଛି | ଜଗତସିଂହପୁର ସାରସ୍ୱତ ପରିଷଦ ର ସଭାପତି ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ତରଡ଼ାପଡା ଆଇ ଟି ଆଇ ର ନିର୍ଦେଶକ ରଶ୍ମି ରଞ୍ଜନ ମିଶ୍ର |ନିର୍ଦ୍ଧେଶିକା ସୁଶ୍ରୀ ଅଞ୍ଜୁଷା | ଶିକ୍ଷକ ସୌକତ ଅଲ୍ଲୀ | ଶ୍ୟାମ ପ୍ରସାଦ ସ୍ୱାଇଁ |ପ୍ରତୀକ ଜେନା | ଲକ୍ଷ୍ମୀପ୍ରିୟା ଗୋଛାୟତ | ପୂଜାରାଣୀ ବାରିକ |ଲିପସା ଦାସ ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଗୋପବନ୍ଧୁ ଙ୍କ ପରି ତ୍ୟାଗୀ ମଣିଷ ଆଜିର ଦୁନିଆରେ ବିରଳ | ସ୍ୱାଧୀନତା ସଂଗ୍ରାମ ର ମୁକ୍ତି ତୀର୍ଥ ଜଗତସିଂହପୁର ଅଳକା ଆଶ୍ରମ ଠାରୁ ଯାଜପୁର ବରୀ ଆଶ୍ରମ ପର୍ଯ୍ୟନ୍ତ ଗୋପବନ୍ଧୁ ଚୌଧୁରୀ ଙ୍କ କର୍ମମୟ ଜୀବନ ସମ୍ପର୍କ ରେ ଆଲୋକପାତ କରିଥିଲେ |ଶେଷରେ ଚିତ୍ତ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
