ନବକାକଳି ସାହିତ୍ୟ ପତ୍ରିକା ର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସଂମ୍ମାନ ରେ ସମ୍ବର୍ଦ୍ଧିତ

ନବକାକଳି ସାହିତ୍ୟ ପତ୍ରିକା ର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାରସ୍ୱତ ସଂମ୍ମାନ ରେ ସମ୍ବର୍ଦ୍ଧିତ

ଜଗତସିଂହପୁର
ତା= 8/5/23
ଜଗତସିଂହପୁର ଜ଼ିଲ୍ଲା ମୁଦୁପୁର ପଞ୍ଚାୟତ ଶାସନ ଗ୍ରାମରୁ କ୍ରମାଗତ ଭାବେ ପ୍ରକାଶିତ
ନବକାକଳି ସାହିତ୍ୟ ପତ୍ରିକାର ସମ୍ପାଦକ,
ବିଶିଷ୍ଟ ସାରସ୍ୱତ ସାଧକ, ସାହିତ୍ୟ ରତ୍ନ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କୁ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ 2021 ମସିହା ପାଇଁ ମର୍ଜ୍ୟଦାଜନକ ସାରସ୍ୱତ ସଂମ୍ମାନ ରେ ସଂମ୍ମାନିତ କରାଯାଇଛି |
ଏହି ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜନ ସମ୍ବର୍ଦ୍ଧନା ଉଛବ ରେ ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀ, ଡ ସୀତାକାନ୍ତ ମହାପାତ୍ର |ବିଶିଷ୍ଟ ଔପନ୍ୟାସିକା ଡ ପ୍ରତିଭା ରାୟ, | ଡ ଶ୍ରୀନିବାସ ଉଦଗାତା | ଓଡିଶା ସାହିତ୍ୟ ଏକାଡ଼େମୀର ସଭାପତି | ଉପସଭାପତି | ସଂସ୍କୃତି ବିଭାଗର ଉପସଚିବ | ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ତଥା ବହୁ ସାରସ୍ଵତ ସାଧକ ମାନଙ୍କ ଗହଣରେ ଜୀବନ ବ୍ୟାପି ସାହିତ୍ୟ ସାଧନା ପାଇଁ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ ଙ୍କୁ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ସମ୍ବର୍ଦ୍ଧନା ୨୦୨୧ ମସିହା ନିମିତ୍ତ ୪ର୍ଥ ସାରସ୍ଵତ ସାଧକ ଭାବରେ ଅଙ୍ଗବସ୍ତ୍ର, ଫଳକ, ପୁଷ୍ପଗୁଚ୍ଛ ଏବଂ ଏକ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି |ଏଥିନେଇ ଜ଼ିଲ୍ଲାବାସୀ ଙ୍କ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Recent Post

Live Cricket Update

You May Like This