ବରୁଣେଶ୍ଵର ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ସର୍ବ ଭାରତୀୟ ସ୍ତରର ନିଟ ପରୀକ୍ଷା

ବରୁଣେଶ୍ଵର ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ସର୍ବ ଭାରତୀୟ ସ୍ତରର ନିଟ ପରୀକ୍ଷା

ବିଷୟ ______ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବରୁଣେଶ୍ଵର ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ସର୍ବ ଭାରତୀୟ ସ୍ତରର ନିଟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବରୁଣେଶ୍ଵର ମହାବିଦ୍ୟାଳୟରେ ୪୫୬ ଜଣ ନିଟ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ୪୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୭ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିବା ଜଣାପଡିଛି। ସର୍ବ ଭାରତୀୟ ସ୍ତରର ନିଟ ପରୀକ୍ଷା କେନ୍ଦ୍ର ବିଂଝାରପୁରରେ ପ୍ରଥମ ଥର ପାଇଁ ବରୁଣେଶ୍ଵର ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ ସମାଜସେବୀ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। କଲେଜ ତରଫରୁ ପରୀକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇ ଥିବାବେଳେ ଅବିଭାବକ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କଲେଜର ଅଧ୍ୟକ୍ଷ ପ୍ରଫେସର ବଟକୃଷ୍ଣ ମହାପାତ୍ର ଓ ଶିକ୍ଷକ ରବିନ୍ଦ୍ର କୁମାର ପରିଡ଼ା ନିଟ କତ୍ତୃପକ୍ଷଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଏଭଳି ଏକ ସର୍ବ ଭାରତୀୟ ସ୍ତରର ନିଟ ପରୀକ୍ଷା ପାଇଁ ଏହା ଆମ କଲେଜ ଓ ଅଞ୍ଚଳବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବ ବୋଲି ପ୍ରକାଶ କରିଛନ୍ତି।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Recent Post

Live Cricket Update