ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାସ୍ତା ଓ ରାସ୍ତା ପାର୍ଶ୍ୱବର୍ତ୍ତୀ ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାସ୍ତା ଓ ରାସ୍ତା ପାର୍ଶ୍ୱବର୍ତ୍ତୀ ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଜବରଦଖଲ ଉଚ୍ଛେଦ ନିମନ୍ତେ ଚାଲିବାକୁ ବୁଲଡୋଜର

ଅନୁଗୋଳ ଜିଲ୍ଲା ବଅଁରପାଳ ତହସିଲ ନିକଟତର ଗଡ଼ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ର ମୁଖ୍ୟ ରାସ୍ତା ମରାମତି କାର୍ଯ୍ୟ ବନ୍ଦ ହୋଇଥିବା ନେଇ ଅଭିଯୋଗ ପରେ ଜିଲ୍ଲାପାଳ ନେଇଛନ୍ତି ପଦକ୍ଷେପ। ଗ୍ରାମବାସୀଙ୍କ ସୂଚନା ମୁତାବକ ରାସ୍ତା ଓ ରାସ୍ତା ପାର୍ଶ୍ୱବର୍ତ୍ତୀ ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହୋଇଛି। ଗ୍ରାମବାସୀ ଗତ ୧୭ ଏପ୍ରିଲ ରେ ବଅଁରପାଳ ବ୍ଲକ୍ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଅନୁଷ୍ଠିତ ହୋଇଥିଲା। ଏଥିରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ରାସ୍ତା ନିର୍ମାଣ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ଓ ରାସ୍ତା ପାର୍ଶ୍ଵରେ ଥିବା ଏକର ଏକର ଜାଗା ଜବରଦଖଲ ରଖି ଗ୍ରାମର ଉନ୍ନତିକରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ମାନବିକ ଅଧିକାର କମିଶନର କର୍ମକର୍ତ୍ତା ପଦ୍ମାକ୍ଷୀ ସିଂହ ମଧ୍ୟ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ। ଏଥିପ୍ରତି ଜିଲ୍ଲାପାଳ ରାସ୍ତା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ନୋଟିସ କରି ଜାଗା ଚିହ୍ନଟ କାର୍ଯ୍ୟକ୍ରମ ରେ ସମର୍ଥନ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ସକାଳ ସମୟରେ ତହସିଲଦାର, ଆର୍ ଆଇ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ, ପୂର୍ବତନ ସରପଞ୍ଚ ଓ ଗ୍ରାମ ସଭାପତି ଙ୍କ ଉପସ୍ଥିତିରେ ଜାଗା ଚିହ୍ନଟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଜାଗା ଚିହ୍ନଟ ପ୍ରକ୍ରିୟା ନଜରରେ ଆସିବା ପରେ ଗ୍ରାମବାସୀ ଜିଲ୍ଲାପାଳ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

Recent Post

Live Cricket Update