( କର୍ଣ୍ଣାଟକ କଂଗ୍ରେସ ଦଳ ଇସ୍ତାହାର କୁ ନେଇ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ର ପ୍ରତିବାଦ ସଭା ଓ ହନୁମାନ ଚାଳିଶା )
ଜଗତସିଂହପୁର
ତା =9/5/23
କର୍ଣ୍ଣାଟକରେ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗ ଦଳକୁ ଆତଙ୍କବାଦୀ ସଂସ୍ଥା ସହ ଯୋଡିବା ଓ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ହେଲେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପ୍ରତିବାଦରେ ଜଗତସିଂହପୁର ଜ଼ିଲ୍ଲା ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସ୍ଥାନୀୟ ଥାନା ଛକ ନିକଟରେ ସମୂହ ହନୁମାନ ଚାଳିଶା ପାଠ କରିବା ସହିତ
ପ୍ରତିବାଦ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ସଭାପତି ପଣ୍ଡିତ ପ୍ରଫୁଲ୍ଲ କୁମାର ସାହୁ | ସମ୍ପାଦକ ନଳିନୀ କାନ୍ତ ଓଝା |ଉପ ସଭାପତି ମାନସ ରଞ୍ଜନ ସ୍ୱାଇଁ |ବଜରଙ୍ଗ ଦଳ ଜ଼ିଲ୍ଲା ପ୍ରମୁଖ ସୂର୍ଯ୍ୟକାନ୍ତ ନନ୍ଦ |ସହ ପ୍ରମୁଖ ପାର୍ଥ ସ୍ୱରୂପ ରାୟ ପ୍ରମୁଖ ଯୋଗଦେଇ ହନୁମାନ ଚାଳିଶା ପାଠ କରିବା ସହିତ କର୍ଣ୍ଣାଟକ କଂଗ୍ରେସ ଦଳ କୁ କଟୁ ସମାଲୋଚନା କରି ପ୍ରତିବାଦ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ