ନମ୍ଭିରା ଗ୍ରାମରେ ଅଖଣ୍ଡ ଚବିଶ ପ୍ରହର ନାମ ଯଜ୍ଞ
କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ପଲସା ‘କ’ ପଞ୍ଚାୟତ ନମ୍ଭିରା ଗ୍ରାମରେ ଦେଖିବାକୁ ମିଳିଛି ଏହାର କିଛି ଝଲକ୍ ନମ୍ଭିରା ଗାଁ ସତେ ଯେମିତି ରାମ ମୟ ହୋଇ ଉଠିଛି | ଗ୍ରାମ ନିକଟସ୍ଥ ବୈତରଣୀ ନଦୀରୁ ବୁଡ ପକାଇ ୧୧ଟି କଳସ ଶୋଭା ଯାତ୍ରା ରେ ଆସି କଳସ ସ୍ଥାପନା ପରେ ଆରମ୍ଭ ହୋଇଥିଲା ଯଜ୍ଞପୂଜା କାର୍ଯ୍ୟ | ପଲ୍ଲି ରୁ ସହର ପର୍ଯ୍ୟନ୍ତ ସବୁଠି ଭଗବାନ ଶ୍ରୀକୃଷ୍ଣ ବିରାଜମାନ କରିଛନ୍ତି ଏହା ସହିତ ନାମ ର ତାଳେ ତାଳେ ପୁରୁଷ କୀର୍ତ୍ତନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ବେଳେ ୪ ଦିନ ହେଲା ଜିଲା ତଥା ଜିଲ୍ଲା ବାହାରୁ ମଧ୍ୟ ଶହ ଶହ ରାମ ପ୍ରେମୀଙ୍କ ଭିଡ ଯମିଥିଲା ନମ୍ଭିରା ଗ୍ରାମରେ | ୨୯ ତମ ଚବିଶ ପ୍ରହର ନାମଯଜ୍ଞ ସମ୍ପୂର୍ଣ ହଇଥିବାରୁ ନମ୍ଭିରା ଗ୍ରାମବାସୀ ଖୁସି ପ୍ରକଟ କରିଛନ୍ତି | ଏବଂ ସମସ୍ତ ଦର୍ଶକ ମାନଙ୍କ ପାଇଁ ଅର୍ଣ୍ଣ ଭଜନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ନମ୍ଭିରା ଗ୍ରାମରେ ପ୍ରଶାଶନିକ ଅଧିକାରିଙ୍କ ଠାରୁ ରାଜନେତା ମାନଙ୍କ ଉପସ୍ଥିତି ଦେଖିବା ପାଇଁ ମିଳିଥିଲା | ୭ ତାରିଖ ଠାରୁ ଆରମ୍ଭ ହୋଇ ୧୦ ତାରିଖ ରେ ପୁର୍ନାହୁତି ସହିତ ବ୍ଯଠକ ପାଲା ସେଶ ହୋଇଥିଲା କମିଟି ପକ୍ଷରୁ ଗ୍ରାମରେ ମଦ ଓ ଆମିଷ ନିସେଦ୍ଧ କରାଯାଇଛି । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ ନମ୍ଭିରା ଗ୍ରାମ ବାସୀଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା |
ଏହି ଚବିଶ ପ୍ରହରୀ ନାମ ଯଜ୍ଞ ରେ ସର୍ବମୋଟ ୬ଟି ପୁରୁଷ କୀର୍ତ୍ତନ ଦଳ ଯଥା :- ଧୋବଣୀ ( ବାରିପଦା ) ଖଡିପାହାଡ଼ି ( ବାରିପଦା ) ଖୁଣ୍ଟା ( ବାରିପଦା ) ନୂଆଗାଁ ( ବାରିପଦା ) ନେଦାଭାଡ଼ି ( ବାରିପଦା ) ଖିଲାରି ପାଟ ( ବାରିପଦା ) ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା
କେନ୍ଦୁଝର ରୁ ରଞ୍ଜନ ବେହେରାଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍